ପୂର୍ବତନ ବିଧାୟିକା ସ୍ବର୍ଗତ ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ଜନ୍ମଦିନ ଅବସର ରେ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ




ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଏସ. ଛଚିନା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ସୋମବାର ସକାଳ 11 ଘଣ୍ଟ ସମୟରେ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀମା ଙ୍କ 87 ତମ ଜନ୍ମଦିନ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବେଗୁନିଆପଡା ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ , ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଣ୍ଡା, ବ୍ଲକ ଅଧକ୍ଷା ରେଣୁ ଗୌଡ଼, ବ୍ଲକ ସଭାପତି ସିମାଞ୍ଚଳ ସାମଲ, ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ, ବରିଷ୍ଠ ନେତା ସୁରେନ୍ଦ୍ର ନାଥ ତିଆଡ଼ି ଉପସ୍ଥିତ ରହିଥିଲେ । ଏଥିରେ ଅନେକ ସରପଞ୍ଚ ସମିତି ସଭ୍ୟ,ବିଜେଡି କର୍ମୀ ଓ ରକ୍ତ ଦାତା ମେଡିକାଲ ମନୋଜ କୁମାର ପାଢ଼ୀ, ସୁଜିତ କୁମାର ସାହୁ, ଅଶ୍ୱିନୀ ନାୟକ, ରାମହରି ପଣ୍ଡା, ଅମୁଲ୍ୟ ବେହେରା ସହଯୋଗ କରିଥିଲେ। ରକ୍ତ ଅଭାବରୁ କୌଣସି ଲୋକର ଜୀବନ ଚାଲି ନଯାଉ ବୋଲି କହି ରକ୍ତଦାତାଙ୍କୁ ଉସ୍ଛାହିତ କରିଥିଲେ ଅତିଥି ବୃନ୍ଦ ।

ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ ସମସ୍ତ କର୍ମୀ ସହଯୋଗ ପ୍ରଦାନ କରିଥିଲେ। ମୋଟ 103 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।


Post a Comment

Previous Post Next Post