ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ପାଳିତ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ 'ଆଦର୍ଶ ସ୍ନାତକ ମହାବିଦ୍ୟାଳୟ'ରେ ଆଜି ' ବିଶ୍ୱ ଆଦିବାସୀ ଦିବସ' ଅତ୍ୟନ୍ତ ଜାକଜମକ ସହକାରେ ପାଳନ କରାଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଯାହାର ସଭାପତିତ୍ବ ଆସନରେ ଅଳଙ୍କୃତ ଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଆଲୋକ କୁମାର ପାତ୍ର ମହୋଦୟ। ସେ ନିଜ ବକ୍ତବ୍ୟରେ ବିଶ୍ୱ ଆଦିବାସୀ ଦିବସ ପାଳନର ମହତ୍ତ୍ୱ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରିଥିଲେ । ସେହିପରି ରାଜନୀତି ବିଜ୍ଞାନର ସହକାରୀ ପ୍ରାଧ୍ୟାପକ ଡ. ଚିନ୍ମୟ ମହାନନ୍ଦ ବିଶ୍ୱ ଆଦିବାସୀ ଦିବସର ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହା ସହିତ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ଗୈାତମସେନ୍ ହାଁସଦାଃ ବିଭିନ୍ନ ଆଦିବାସୀ ମହାପୁରୁଷଙ୍କ ସଂକ୍ଷିପ୍ତ ପରିଚୟ ଦେବା ସହିତ ଆଦିବାସୀ କବିତା ପାଠ କରିଥିଲେ। ବାଣିଜ୍ୟ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ଦେବାଶିଷ ପହି ପିଲାମାନଙ୍କୁ ସଂସ୍କୃତି ସଚେତନ କରାଇବା ସହିତ ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିଲେ। ଏହି ସଭାକୁ  ଇଂରାଜୀ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ନାଇଜେଲ୍ ପିଟର୍ ଓ ବ୍ରିନ୍ ପରିଚାଳନା କରିଥିବାବେଳେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଏଥିରେ ସାମିଲ ହେବା ସହିତ ନିଜର ବକ୍ତବ୍ୟ ରଖିଥିଲେ। ଆଦିବାସୀ ଛାତ୍ରଛାତ୍ରୀମାନେ ନିଜର ସଂସ୍କୃତିକୁ ଉଜାଗର କରିବାକୁ ଯାଇ ନିଜ ନିଜର ଆଦିବାସୀ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ସମଗ୍ର ମହାବିଦ୍ୟାଳୟ ପରିସରରେ ଖୁସିର ମାହଲ ଖେଳି ଯାଇଥିଲା।

Post a Comment

Previous Post Next Post