ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/୨୬/୮/୨୦୨୪/ଦୂର୍ଗମରେ ବସୁଧାକୁ ଯୋଜନାକୁ ହୋଇଛି ଅସୁବିଧା । ନା କୁ ମାତ୍ର ଅଛି ବସୁଧା ହେଲେ ମିଲୁ ନାହିଁ ପାଣି । ଖଜୁରୀ ଗଛରେ ଝୁଲିଛି ବିଦ୍ୟୁତ୍ ତାର । ଆଉ ଘର ଦାଣ୍ଡରେ ରହିଛି ଭଙ୍ଗା ପାଣି ଟ୍ୟାପ। ହେଲେ ଆସୁନି ବସୁଧାକୁ ପାଣି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ବେତାରସିଂ ଗ୍ରାମ ପଞ୍ଚାୟତ ରେ । ବସୁଧାକୁ ପ୍ରକଳ୍ପ ନିର୍ମାଣ ହୋଇ ଦୀର୍ଘ 3 ବର୍ଷ ବିତିଯାଇଥିଲେ ମଧ୍ୟ ଯୋଗାଇ ପାରୁନି ପାଣି । ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ମନମୁଖୀ କାମ ରେ ହଇରାଣ ହେଉଛନ୍ତି ଗ୍ରାମବାସୀ । କୋଉଠି ପାଣି ଟା ଙ୍କି ରେ ଅଧା ରଙ୍ଗ ବୋଳା ହେଉଛି ତ ଏଇଠି ଖଜୁରୀ ଗଛରୁ ତାର ଝୁଲା ହେଇଚି । କିନ୍ତୁ ଲୋକଙ୍କୁ ଆଜି ଯାଏ ପାଣି ଟୋପେ ମିଳି ପାରୁନି ପାଣି ।ଅନେକ ଥର ଗ୍ରାମ ବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ବ୍ଲକ୍ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସଭିଙ୍କୁ ଗୁହାରି ପରେ ଗୁହାରି ଅଭିଯୋଗ ପରେ ଅଭିଯୋଗ କିନ୍ତୁ କିଛି ଫଳପ୍ରଦ ହୋଇନାହିଁ । ନିଦାବିଷ୍ଣୁ ସାଜିଛି ବିଭାଗୀୟ ଅଧିକାରୀ । ବ୍ଲକ୍ ଚ୍ୟାରମେନ୍ ବି ଏହି ପଞ୍ଚାୟତର କିନ୍ତୁ ପଞ୍ଚାୟତ ର ସମସ୍ୟା ସୁଧାରି ପାରିନାହାନ୍ତି , ବ୍ଲକ ସମସ୍ୟା କଣ ସୁଧାରିବେ। ଶ୍ରାବଣରେ ଯଦି ଏହି ଜଳ ସମସ୍ୟା ତାହେଲେ ଜ୍ୟେଷ୍ଠ ବୈଶାଖରେ କିଭଳି ସମସ୍ୟା ଭୋଗି ନଥିବେ ଗ୍ରାମ ବାସୀ ।