ପାରଳାଖେମୁଣ୍ଡି ଡବ୍ଲ୍ୟୁଏମ୍ଇ ଚର୍ଚ୍ଚକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ଓ ଉତ୍ତେଜନା

ଗଜପତି . ମୋ ନିୟୁଜ ଓଡିଶା (୫/୮/୨୦୨୪):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମେଡିକାଲ ରୋଡ଼ରେ ଥିବା ଡବ୍ଲ୍ୟୁଏମ୍ଇ ଚର୍ଚ୍ଚ ଘରକୁ ନେଇ ରବିବାର ଗୋଟିଏ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଯୋଗୁଁ ଉତ୍ତେଜନା ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଥିଲା। ଏହି ଚର୍ଜଟି ପ୍ରାୟ ୪୦ ରୁ ୫୦ ବର୍ଷ ହେବ ଏଠାରେ ରହିଛି। ଏହି ଚର୍ଜଟି ଦିର୍ଘ ବର୍ଷ ହେବ ଏକ ଏନଜିଓ ଦ୍ବାରା ଜଣଙ୍କ ପରେ ଜଣେ ଚଳାଇ ଆସୁଥିବା ବେଳେ ଏବେ ଏହାକୁ ନେଇ ବିବାଦ ଚାଲିଛି। ଫଳରେ ଗୋଟିଏ ପକ୍ଷ ଆଇନର ସାହାରା ନେଇଛନ୍ତି। ତେବେ ଏପରି ଗୋଷ୍ଠୀ କନ୍ଦଳକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ରହିଥିଲା | ପରେ ଡବ୍ଲ୍ୟୁଏମ୍‌ଇ ଚର୍ଚ୍ଚ ବିବାଦକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କାଗଜ ପତ୍ର ଯାଞ୍ଚ ପରେ ଗୋଟିଏ ଗୋଷ୍ଠୀକୁ ପୂଜା କରିବାକୁ ଅନୁମତି ଦେଇ ୧୪୪ ଧାରା ହଟେଇ ଏକ ନୋଟିସ ଉକ୍ତ ମୁଖ୍ୟ ଫାଟକରେ ମରା ଯାଇଥିଲା I ହେଲେ ଅନ୍ୟ ପକ୍ଷ ଭିତରୁ ତାଲା ଦେଇ କାହାରିକୁ ଭିତରକୁ ଛାଡ଼ି ନଥିଲେ| ଅନୁମତି ମିଳିଥିବା ପକ୍ଷ ମୁଖ୍ୟ ଫାଟକର ତାଲା କାଟି ଭିତରକୁ ପ୍ରବେଶ କରି ପ୍ରାର୍ଥନା ଆରମ୍ଭ କରିଥିଲେ। ଏହି ସମୟରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ଉଭୟ ପକ୍ଷରୁ ଲୋକଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି। ହେଲେ ଗୋଟିଏ ପକ୍ଷ ସେହି ଚର୍ଜକୁ ନିଜର କହୁଥିବା ବେଳେ ଅନ୍ୟ ପକ୍ଷ ବି ନିଜର ଅଧୂକାର ଥ‌ିବା କହୁଛି।              ଗଜପତି ଜିଲା ରୁ  ମନୋଜ କୁମାର  ପାଢୀ ଙ୍କ  ରିପୋଟ ।

Post a Comment

Previous Post Next Post