ଅସୁରକ୍ଷିତ ରାସ୍ତା ପାଇଁ ଛାତ୍ରୀ ଦୁର୍ଘଟଣା ଗ୍ରସ୍ତ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ମାଲକାନଗିରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆନ୍ଦୋଳନ । ମହିଳା ମହାବିଦ୍ୟାଳୟ ସାମନା ଦେଇ ଯାଇଥିବା ଏମ.ଭି.୪୨ ମୁଖ୍ୟ ରାସ୍ତାରେ ଦୀର୍ଘ ଦିନ ଧରି ଟ୍ରାଫିକ ସମସ୍ୟା ଲାଗି ରହିଛି । ଲୋକେ ଦ୍ରୁତ ଗତିରେ ଯାନ ବାହାନ ଚଳାଚଳ କରୁଥିବା ବେଳେ ଆଜି ଜଣେ ଛାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ଛାତ୍ରୀ ଜଣଙ୍କ ହେଲେ ନାତୁଲା ମାଢ଼ି(୧୭) , ଗ୍ରାମ ତଙ୍ଗପାଲି।ଗୁରୁତର ଅବସ୍ଥାରେ ଛାତ୍ରୀ ଜଣକୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରୁଥିବା ବେଳେ ଏହି ରାସ୍ତା ଦେଇ ଭାରି ଯାନ ଯାତାୟାତକୁ ବନ୍ଦ କରିବା ଲାଗି ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି। ତେବେ ବର୍ଷ ବର୍ଷ ଧରି ଉକ୍ତ ଛକଟି ଅତ୍ୟନ୍ତ ଅସୁରକ୍ଷିତ ହୋଇପଡିଛି।ଛକ ଯେତିକି ପ୍ରଶସ୍ତ ସେତିକି ମାରାତ୍ମକ ହୋଇଛି।ଖାଲ ଖମା ଆଉ କାଦୁଅ ପଚପଚ ରାସ୍ତା ସାଙ୍ଗକୁ ଚାରି ମୁହାଣି ରାସ୍ତା। ଗୋଟିଏ ପଟେ କେନ୍ଦ୍ରୀୟ ବିଦ୍ୟାଳୟ , କୋର୍ଟ ଏବଂ ମାଲକାନଗିରି ମହାବିଦ୍ୟାଳୟ ତଥା ମୁଖ୍ୟ ସଡକକୁ ରାସ୍ତା ରହିଥିବା ବେଳେ ମହିଳା ମହାବିଦ୍ୟାଳୟ ଦେଇ ଏମଭି-୪୨ ଗ୍ରାମକୁ ରାସ୍ତା। ସେହିପରି ପୁରୁଣା ମେଡିକାଲକୁ ରାସ୍ତା ରହିଥିବା ବେଳେ କଲୋନୀ ମଧ୍ୟ ଯୋଗାଯୋଗ କରୁଛି ସେହି ଛକ।ଏଣୁ ଜିଲ୍ଲା ପ୍ରଶାସନ ରାସ୍ତା ମରାମତି ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ସେ ଛକରେ ବ୍ୟାରିକେଡ କରିବା ଅନିର୍ବାଯ୍ୟ ହୋଇପଡିଛି।ଛକ ଠାରୁ କୋର୍ଟ ଏବଂ ମୁଖ୍ୟ ସଡ଼କ ପର୍ଯ୍ୟନ୍ତ ରାସ୍ତାକୁ ଚୌଡା କରାଯିବା ପାଇଁ ସାଧାରଣତରେ ଦାବି ହୋଇଛି।

Post a Comment

Previous Post Next Post