ବେଗୁନିଆପଡା ବ୍ଲକରେ ଲକ୍ଷପତି ଦିଦି ଙ୍କୁ ପୁରସ୍କୃତ ସଭା ଅନୁଷ୍ଠିତ

ମୋ ନିୟୁଜ ଓଡିଶା ପ୍ରଧାନମନ୍ତ୍ରୀ ମାନ୍ୟବର ମୋଦିଜୀଙ୍କ ଲକ୍ଷପତି ଦିଦି ଯୋଜନା ରେ ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଲକ୍ଷ ରହିଛି । ଜୀବିକା ମିଶନ ମାଧ୍ୟମରେ ମହିଳା ମାନେ ବର୍ଷକୁ ଏକ ଲକ୍ଷରୁ ଉର୍ଦ୍ଧ ରୋଜଗାର କରିବା ବ୍ୟବସ୍ଥା କରାଯିବ । ଯେଉଁ ମାନେ ଏକ ଲକ୍ଷରୁ ଉର୍ଦ୍ଧ ରୋଜଗାର କରିପାରିବେ ସେମାନଙ୍କୁ ପୁରସ୍କୃତ କରାଯିବ । ଏହି ଯୋଜନାରେ ବେଗୁନିଆପଡା ବ୍ଲକର 20 ଜଣ ମହିଳା ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରି ମୋଦିଜୀଙ୍କ ଲକ୍ଷ ପୂରଣ କରିଥିବାରୁ  ସେମାନଙ୍କୁ ରବିବାର ସକାଳ 11 ଘଣ୍ଟ ସମୟରେ ବେଗୁନିଆପଡା ବ୍ଲକ ସଭାଗୃହରେ ପୁରସ୍କୃତ କରାଯାଇଛି । ବେଗୁନିଆପଡା ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଏ ଵି ଡି ଓ ନିରଞ୍ଜନ ବେହେରା, ଵି ପି ଏମ ଜ୍ଞାନ ରଞ୍ଜନ ରାଉତ, ଵି ପି ସି ଦିଲ୍ଲୀପ କୁମାର ବେହେରା, ଵି ଏଲ ସି ଦେବରାଜ ବେହେରା ଉପସ୍ଥିତ ରହି ପୁରସ୍କୃତ କରିବା ସହ ଉତ୍ସାହିତ କରିଥିଲେ ।


Post a Comment

Previous Post Next Post