ଭଞ୍ଜନଗର:ମୋ ନିୟୁଜ ଓଡିଶା ସହର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଡିମ୍ବିରି ପଲ୍ଲୀ ଗାଁ ର ବାବୁଲା ନାୟକଙ୍କ ଖବର ଯେତେବେଳେ ଆମ ଚ୍ୟାନେଲରେ ପ୍ରସାରଣ କରାଗଲା ସେତେବେଳେ ଖବର ଦେଖିଥିବା ସମସ୍ତ ଦର୍ଶକଙ୍କ ଗୋଟାଏ ପ୍ରଶ୍ନ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ସମସ୍ତ ଯୋଜନା କିମ୍ବା ସର୍ବ ନିମ୍ନ ଆବଶ୍ୟକ ସୁବିଧା ପାଇବାରେ ବଞ୍ଚିତ ଏହି ନିଃସହାୟ ପରିବାର । ଖବର ଦେଖିବା ପରେ ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ ଓ ଜଗନ୍ନାଥ ପ୍ରସାଦ ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ଚାରିଟବଲ ଟ୍ରଷ୍ଟ ଓଡିଶାର ସଭ୍ୟ ମାନେ ସହଯୋଗର ହାତ ବଢ଼ାଇ ଥିଲେ । ସଙ୍ଗରେ ଆଣିଥିଲେ ଲୁଗା ପଟା, ରୋଷେଇ ସାମଗ୍ରି, ନିତ୍ୟ ବ୍ୟବହାର ସାମଗ୍ରି, ପନିପରିବା ଓ ଘରକୁ ଘୋଡାଇବା ପାଇଁ ପାଲ । ଯେତେବେଳେ ଏହି ପରିବାର ଖାଇବାକୁ ମୁଠାଏ ପାଉ ନଥିଲେ ଆଜି ଏତେ ସବୁ ପାଇ ବହୁତ ଖୁସି ହେବା ସହ ଦୁଇ ଅନୁଷ୍ଠାନ କୁ ଧନ୍ୟବାଦ ଜଣାଇଛନ୍ତି । ଯେତେବେଳେ ଏହି ଖବର ଶୁଣି କୌଣସି ବେସରକାରୀ ଅନୁଷ୍ଠାନ ମାନେ ସହଯୋଗ ର ହାତ ବଢ଼ାଇ ଥିଲେ ସେତେବେଳେ କୌଣସି ସରକାରୀ ବାବୁ କିମ୍ବା କୌଣସି ନେତା କି କୌଣସି ଜନ ପ୍ରତିନିଧିଙ୍କ ଦେଖା ନଥିଲା । ତେଣୁ ବାକି ରହିଲା କେବେ ସରକାରୀ ବାବୁଙ୍କ ସୁଦୃଷ୍ଟି ପଡିବ ଓ ଏମାନେ ସବୁ ସରକାରୀ ଯୋଜନା ପାଇ ପାରିବେ ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା