ବ୍ରହ୍ମପୁର ମହାନଗର ନିଗମ ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦଙ୍କ ରିପୋର୍ଟ 

ବ୍ରହ୍ମପୁର : ବ୍ରହ୍ମପୁର ଠାରେ ମହାନଗର ନିଗମ ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର, ମେୟର ସଂଘମିତ୍ରା ଦଳେଇ, ମହାନଗର ନିଗମ କମିଶନର, ଡେପୁଟି ମେୟର ଇ.ବିବେକ ରେଡ୍ଡୀ ସମେତ ବହୁ କର୍ପୋରେଟର ସ୍ଥାନୀୟ ଗାନ୍ଧୀ ନଗର ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।”ହର ଘର ତ୍ରିରଙ୍ଗା” ଅଭିଯାନ ମାଧ୍ୟମରେ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇ ନିଜ ଦେଶ ପ୍ରତି ସମ୍ମାନ ଜଣାଇବା ପାଇଁ ଉପସ୍ଥିତ ଅତିଥି ମାନେ ଆହ୍ୱାନ ଦେଇଥିଲେ।ଏହି ଶୋଭାଯାତ୍ରାରେ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Post a Comment

Previous Post Next Post