ଘଡେ଼ଇ ଆବାସିକ କଲେଜରେ ଛାତ୍ର ନିର୍ଯାତନା।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ଜିଲ୍ଲା ସଦର ମହକୁମାର ଏକ ଘରୋଇ ଆବାସିକ କଲେଜରେ ଆସିଛି ସାଂଘାତିକ ଅଭିଯୋଗ। ଘଡେଇ ଆବାସିକ କଲେଜରେ ଛାତ୍ର ନିର୍ଯ୍ଯାତନା ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର। ଜଣେ ଶିକ୍ଷକ ଓ ସେଠାକାର ଜଣେ ବିଦ୍ଯୁତ କର୍ମଚାରୀ ମିଶି ଛାତ୍ରଙ୍କୁ ନିସ୍ତୁକ ମାଡ ମାରିବା ଫଳରେ ହଷ୍ଟେଲ ଛାଡି ରାତିରେ ପଳାୟନ କରିଥିଲେ ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ସୁନା। ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ ସହାୟତାରେ ପରିବାର ଲୋକେ ପ୍ରିୟାଂଶୁଙ୍କୁ ଉଦ୍ଧାର କରିଛନ୍ତି। ମାଲକାନଗିରି ସହରରୁ ପାଖାପାଖି ୫ କିମି ଦୂରରେ ଥିବା ସତିଗୁଡା ଜଳ ଭଣ୍ଡାର ନିକଟରୁ ଉଦ୍ଧାର କରି ପ୍ରିୟାଂଶୁଙ୍କୁ ପରିବାର ଲୋକେ ଘରକୁ ଫେରାଇ ଆଣିଥିଲେ। ଘଡେଇ ଆବାଶିକ କଲେଜକୁ ଏ ଘଟଣାର ଦାୟୀ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ।ତେବେ ଏହି ଘଟଣାକୁ ନେଇ ଘଡେଇ ଆବାଶିକ କଲେଜ କତୃପକ୍ଷଙ୍କୁ  ପଚାରିବାରୁ ଛାତ୍ର ଜଣଙ୍କ ଅନେକ ଥର ହଷ୍ଟେଲରୁ ବାହାରକୁ ଯାଉଥିଲା। ଗୁଟକା ଖାଇବା ପାଇଁ ଆରଏମସି ପରିସରରେ ଥିବା ଜଙ୍ଗଲିଆ ରାସ୍ତା ଦେଇ ଯିବା ଆସିବା କରୁଥିଲା ଛାତ୍ର। ଆରଏମସି ଫାଟକ ନିକଟରେ ଥିବା ଦୋକାନରୁ ଅନେକ ଥର ଗୁଟକା କିଣୁଥିବା ବେଳେ ଆମେ ଧରିକି ଆଣିଛୁ। ଗତ ବର୍ଷ ଏକ ଦୋକାନରୁ ଚୋରି କରି ଧରା ପଡ଼ିଥିଲା। ସେତେବେଳେ ପରିବାର ଲୋକଙ୍କୁ ଡାକି ପିଲାକୁ ନେଇଯିବାକୁ କହିଥିଲୁ କିନ୍ତୁ ପିଲାର ଭବିଷ୍ୟତ ନଷ୍ଟ ହେଇଯିବ ବୋଲି ପରିବାର ଲୋକଙ୍କ ଅନୁରୋଧ କ୍ରମେ ରଖିଥିଲୁ।ଗତକାଲି ସନ୍ଧ୍ୟାରେ ଆରଏମସି ଫାଟକ ନିକଟରେ ଗୁଟକା ଖାଉଥିବା ବେଳେ ହଷ୍ଟେଲ କର୍ମଚାରୀ ତାକୁ ତାଗିଦ୍ କରିବା ସହ ହଷ୍ଟେଲକୁ ଆଣିଥିଲେ। ତୁରନ୍ତ ତାଙ୍କ ବାପା ମାଆଙ୍କୁ ଡାକି କଲେଜ କର୍ତୃପକ୍ଷ କଥା ହୋଇଥିବା ବେଳେ ପ୍ରିୟାଂଶୁ କେଉଁଆଡେ ଚାଲି ଯାଇଥିଲେ। ପିଲାକୁ ଖୋଜାଖୋଜି କରି ନ ପାଇବାରୁ ଏ ସଂକ୍ରାନ୍ତରେ କଲେଜ ପକ୍ଷରୁ ଏକ ଲିଖିତ ଅଭିଯୋଗ ମାଲକାନଗିରି ଆଦର୍ଶ ଥାନାରେ କରାଯାଇଛି। ସେହିପରି ପିଲାକୁ ନପାଇ ଛାତ୍ରକୁ ମାଡ଼ ମାରିବାରୁ ଅପମାନ ସହି ନପାରି ଆତ୍ମହତ୍ୟା ଉଦ୍ୟମ କରୁଥିଲା ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପ୍ରିୟାଂଶୁ କିନ୍ତୁ କଲେଜରୁ ଚାଲି ଯିବା ପରେ ତାର ଜଣେ ସାଙ୍ଗକୁ ଫୋନ କରି ମୁଁ ବସଷ୍ଟାଣ୍ଡ ଅଛି ବୋଲି କହିଥିଲେ ଏବଂ ତାଙ୍କ ବାପା ମାଆ ବସଷ୍ଟାଣ୍ଡରୁ ତାଙ୍କୁ ଘରକୁ ନେଇଥିବା କଲେଜ ପକ୍ଷରୁ କୁହାଯାଇଛି। ଶହ ଶହ ପିଲା ଏଠାରେ ପାଠ ପଢ଼ୁଛନ୍ତି। ଅନେକ ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ଗଢି ଏଠାରୁ ଯାଇଛନ୍ତି। ହେଲେ ଏଭଳି ପରିସ୍ଥିତି କେବେ ଆସିନଥିଲା।ପ୍ରିୟାଂଶୁଙ୍କ ପରିବାର ଯାହା ଅଭିଯୋଗ କରିଛନ୍ତି ତାହା ଗ୍ରହଣୀୟ ନୁହେଁ ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ। ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମଧ୍ୟ ସୁଚନା ଦେଇଥିବା ଜଣାପଡିଛି।

Post a Comment

Previous Post Next Post