ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜିଲ୍ଲା ସ୍ତରୀୟ ହାକାଥନ କାର୍ଯ୍ୟକ୍ରମ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସକାଳ ୧୦ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟଅତିଥି ଭାବେ ବିଶ୍ୱନାଥ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ମାଲକାନଗିରି, ମୁଖ୍ୟବକ୍ତା ଭାବେ ଡକ୍ଟର ରଞ୍ଜନ କୁମାର ସ୍ବାଇଁ, ବାଣିଜ୍ୟ ବିଭାଗ ମୁଖ୍ୟ ମାଲକାନଗିରି ମହାବିଦ୍ୟାଳୟ, ଜୁରି ମେମ୍ବର ବନ୍ଦନ ପାଣିଗ୍ରାହୀ ଓ ନୋଡାଲ ଅଫିସର ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ଉପସ୍ଥିତରେ ପରିଚାଳିତ ହୋଇଥିଲା l ଏଥିରେ ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟ ରାଜ୍ୟ ସରକାରଙ୍କର ମାଧ୍ୟମିକ ଶିକ୍ଷା ବିଭାଗ ରୁ ମାଲକାନଗିରି ଜିଲ୍ଲାରେ ନଅ ଗୋଟି Ideas ଚୟନ ହୋଇଥିଲା l ସେଥିମଧ୍ୟରୁ ରାଜ୍ୟସ୍ତର ପାଇଁ ତିନି ଗୋଟି Ideas ଚୟନ କରାଗଲା l ସେଥି ମଧ୍ୟରୁ ଅଜିତ କୁମାର କବାସୀ, ସରକାରୀ ବିଜ୍ଞାନ ମାଧ୍ୟମିକ ବିଦ୍ୟାଳୟ ମାଲକାନଗିରି, ପ୍ରଥମ ସ୍ଥାନ, ରେଣୁକା ମୁଦୁଲୀ, ଓଡିଶା ଆଦର୍ଶ ବିଦ୍ୟାଳୟ, ଗନ୍ଧିପାଲ୍ଲୀ, ଦ୍ଵିତୀୟ ସ୍ଥାନ ଓ ସୁଦୀପ ହାଲଦାର, ଓଡିଶା ଆଦର୍ଶ ବିଦ୍ୟାଳୟ ଗନ୍ଧିପାଲ୍ଲୀ, ତୃତୀୟ ସ୍ଥାନ ହାସଲ କରିଥିଲେ ଏବଂ ସରକାରଙ୍କ ତରଫରୁ ପ୍ରଥମ ସ୍ଥାନ ପାଇଁ ୧୫,୦୦୦/-, ଦ୍ଵିତୀୟ ସ୍ଥାନ ପାଇଁ ୧୦,୦୦୦/- ଓ ତୃତୀୟ ସ୍ଥାନ ପାଇଁ ୫,୦୦୦/- ପୁରସ୍କାର ରାଶି ସହ ଅତିଥିଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରି କାର୍ଯ୍ୟକ୍ରମ ସମାପ୍ତି କରାଗଲା l