ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ 78 ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ

 


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦଙ୍କ ରିପୋର୍ଟ )

ବ୍ରହ୍ର୍ମପୁର ମୋ ନିୟୁଜ ଓଡିଶା : ସ୍ତାନୀୟ ଗୁଡସ୍ ସେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ୭୮ ତମ ସ୍ବାଧିନତାଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି  ।ଏହି ପବିତ୍ର ସ୍ବାଧିନତାଦିବସରେ ମୁଖ୍ଯ ଅତିଥି ରୂପେ ବ୍ରହ୍ମପୁର ଆଇନଜୀବୀ ମାନଙ୍କ ସଭାପତି ପୀତବାସ ପଣ୍ଡା ,ସମ୍ମାନନୀୟ ଅତିଥି  ରୂପେ ଜଗନ୍ନାଥ ପ୍ରସାଦର ପୂର୍ବତନ ବିଧାୟକ ଏବଂ ଗୁରୁକୁଳ ପାରିବାରିକ ସଂଘର ପରାମର୍ଶ ଶ୍ରୀଯୁକ୍ତ ସୀମାଞ୍ଚଳ ବେହେରା, ତଥା ଅଭିଭାବକ ସଂଘର ସଭାପତି ରଞ୍ଜନ ପୋଲାଇ , ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର, ସଂପାଦିକା ଅନୀତା କୁମାରୀ ପାଢୀ ,ଅଧ୍ଯକ୍ଷା ମଧୁସ୍ମିତା ପରିଡା, ପତକା ଉତ୍ତୋଳନ କରିଥିଲେ  । ମୁଖ୍ଯ ଅତିଥି ପୀତବାସ ପଣ୍ଡା ସ୍ବାଧିନତା ସଂଗ୍ରାମୀ ମାନଙ୍କର ଦେଶ ମାତୃକାର ପ୍ରତି ନିଜର ଜୀବନ ଊତ୍ସର୍ଗର ଗାଥା ବର୍ଣ୍ଣନା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ପୂଣ୍ଣ ଉତ୍ତେଜନା ମୂଳକ ଅଭିଭାଷଣ ଦେଇଥିଲେ  ।ଏହି ଅବସରରେ ବିଦ୍ୟାଳୟର ଦଶମ ଓ ଦ୍ଵାଦଶ ଶ୍ରେଣୀର ସର୍ବୋଚ୍ଚ ଅଙ୍କ ରଖିଥିବା ପ୍ରଥମ ଦଶ ଜଣଙ୍କୁ ମୁଖ୍ଯ ଅତିଥିଙ୍କ ଦ୍ବାରା ସମ୍ମାନିତ କରାଯିଇଥିଲା  । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  ।  ବିଦ୍ୟାଳୟର ସ୍କାଉଟ ଗାଇଡ୍ ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ଶାରିରୀକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ  ।  ଏହି ସମ୍ପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ବରେ ଥିବା ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ଯୋସ୍ନା ଭୂଜବଳ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ  । ସ୍କାଉଟ ଗାଇଡ ମାଷ୍ଟର ମଧୁସ୍ମିତା ହୋତାଙ୍କ ତତ୍ଵାବଧାନରେ  ବିଦ୍ୟାଳୟର   ସ୍କାଉଟ ଗାଇଡ କେଡେଟ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଷ୍ଟାଡିୟମରେ ଅନୁଷ୍ଠିତ ସ୍ବାଧିନତାଦିବସ ସମାରୋହ ପ୍ୟାରେଡରେ ଅଂଶ ଗ୍ରହଣ କରି ପ୍ରଥମ ପୁରସ୍କାର ପାଇଁ ଯୋଗ୍ଯ ବିବେଚିତ ହୋଇଛନ୍ତି ।

Post a Comment

Previous Post Next Post