ଭଞ୍ଜନଗର:ମୋ ନିୟୁଜ ଓଡିଶା ଭଞ୍ଜନଗର ଖାଲାସିସାହିସ୍ଥିତ ବ୍ରାହ୍ମଣ ସାହି ଗଳି ପାର୍ଶ୍ୱରେ ଲେଡିସ କର୍ଣ୍ଣର କରି ରହୁଥିବା ସନ୍ତୋଷ କୁମାର ପାଢ଼ୀ, ବୟସ ପ୍ରାୟ ୫୫ କୌଣସି କାରଣ ବସତଃ ନିଜ ଘର ଅଗଣାରେ ଥିବା କୁଅ ଅରଟି ଦଉଡ଼ି କୁ ବେକରେ ଲଗାଇ କୁଅ ଭିତରକୁ ଝୁଲି ମୃତ୍ୟୁବରଣ କରିଥିବା ସାହି ବାସିନ୍ଦାଙ୍କଠୁ ଶୁଣାଯାଏ । ଖାଲାସିସାହି ସ୍ଥିତ ବ୍ରାହ୍ମଣ ସାହି ଗଳି ପାର୍ଶ୍ୱରେ ଲେଡିସ କର୍ଣ୍ଣରଟିଏ କରି ନିଜ ସ୍ତ୍ରୀ ଓ ଝିଅକୁ ନେଇ ସନ୍ତୋଷ କୁମାର ପାଢ଼ୀ ତାଙ୍କର ପରିବାର ଚଳାନ୍ତି । ଝିଅ ବ୍ରହ୍ମପୁରରେ କୈାଣସି କଲେଜରେ ଅଧ୍ୟୟନ ରତ । ଘରେ ସ୍ତ୍ରୀ କିଛି ସିଲେଇ କରି କିଛି ରୋଜଗାର କରୁଥିବାବେଳେ ନିଜ ଦୋକାନରୁ ସେତେ କିଛି ଉପାର୍ଜନ ହେଉ ନଥିବା ସ୍ଥାୟୀ ଲୋକଙ୍କଠୁ ଶୁଣାଯାଏ । ସାହି ବାସିନ୍ଦା ଙ୍କ କହିବାନୁଯାୟୀ, ସବୁଦିନ ପରି ସନ୍ତୋଷ ଆଜି ମଧ୍ୟ ଦୋକାନ ଖୋଲି ବସିଥିଲେ । ସେହି ସମୟରେ ସ୍ତ୍ରୀ ସିଲେଇ ଶିକ୍ଷା କରିବା ପାଇଁ ଅନ୍ୟତ୍ର ଚାଲିଯାଇଥିଲେ । କିନ୍ତୁ ସୁଦୁର ବ୍ରହ୍ମପୁରରେ ରହୁଥିବା ଝିଅ ପାଖକୁ ନିଜ ବାପାଙ୍କ ମୋବାଇଲରୁ ବାଏ ବୋଲି ମେସେଜ ଆସିଲା । ସେଥିପାଇଁ ଝିଅ ବାପାକୁ କଲ ବ୍ୟାକ କରିବାରୁ ନ ଉଠାଇବା ଯୋଗୁଁ ସେ ନିଜ ମାଁଙ୍କୁ କହିଲା ବୋଉ ଯାଇ ଦେଖିଲୁ ବାବା କ'ଣ ପାଇଁ ଏପରି ଲେଖିଲେ । କହିବାନୁଯାୟୀ ସେତେବେଳେ ସମୟ ପ୍ରାୟ ସକାଳ ୧୧.୩୦ । ସ୍ତ୍ରୀ ସଂଗେ ସଂଗେ ଆସି ସ୍ୱାମି ଘରେ ନଥିବ ଦେଖି ଅନ୍ୟ ସାହି ସ୍ଥାନ ଖୋଜାଖୋଜି କରି ପାଇନଥିଲେ । ଶେଷରେ ନିଜ ଘର କୁଅରେ ସ୍ୱାମୀକୁ ରସିରେ ଝୁଲୁଥିବାର ଦେଖି ବେହୋସ ହୋଇଯାଇଥିଲେ । ସେତେବେଳକୁ ସମୟ ମଧ୍ୟାହ୍ନ ପ୍ରାୟ ୧୨.୩୦ ହେବ ବୋଲି ଲୋକମାନଙ୍କଠୁ ପ୍ରକାଶ । ସ୍ଥାନୀୟ ସାହି ବାସିନ୍ଦାଙ୍କ କହିବାନୁଯାୟୀ ସନ୍ତୋଷ ଆତ୍ମହତ୍ୟା କରିଥିବାର ମୁଖ୍ୟ କାରଣ ହୋଇପାରେ ତାଙ୍କର ଆର୍ôଥକ ସ୍ଥିତି ଖୁବ ଦୃବଳ ଥିଲା । ସେଥିପାଇଁ ବୋଧେ ଏହାକୁ ସମ୍ଭାଳି ନପାରି ଏପରି ପଦକ୍ଷେପ ନେଇଛନ୍ତି । ପୋଲିସର ଉପସ୍ଥିତିରେ ଅଗ୍ନିଶମ ବିଭାଗ ଦ୍ୱାରା ଶବକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲ ନିଆଯାଇଥିଲା ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


