ଭଞ୍ଜନଗର :ମୋ ନିୟୁଜ ଓଡିଶା ରକ୍ତର ବିକଳ୍ପ ନାହିଁ ଏବଂ ଭଞ୍ଜନଗର ରକ୍ତଭଣ୍ଡାର ଉପରେ ଗଞ୍ଜାମ, କନ୍ଧମାଳ ଏବଂ ନୟାଗଡ଼ର ରୋଗୀମାନେ ନିର୍ଭର କରୁଥିବାରୁ ଏଠାରେ ଅଧିକ ରକ୍ତର ଆବଶ୍ୟକ ପଡ଼ିଥାଏ । ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଗୁରୁବାର ସ୍ଥାନୀୟ ଟାଉନ୍ ହଲ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ନିର୍ବାଚନମଣ୍ଡଳୀ ଅଧିନ ଭଞ୍ଜନଗର ପଞ୍ଚାୟତ ସମିତି ଓ ଭଞ୍ଜନଗର ସହରାଞ୍ଚଳର ଉତ୍ସାହି ଯୁବକ, ମହିଳାଙ୍କ ସମେତ ଯୁବମୋର୍ଚ୍ଚାର ସଦସ୍ୟ ଶିବିରରେ ଯୋଗଦେଇ ରକ୍ତଦାନ କରିଛନ୍ତି । ଉକ୍ତ ଶିବିରରୁ ମୋଟ ୧୧୭ ୟୁନିଟ ରକ୍ତ ସଂଗୃହିତ ହୋଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଚିକିତ୍ସାଧିକାରୀ ଡା.ସିତାଂଶୁ ଶେଖର ଶତପଥୀ, ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଯୋଗଦେଇଥିଲ । ରକ୍ତଦାତା ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ମୁଜାଗଡ ମଣ୍ଡଳୀ ସଭାପତି ଶିବଶଙ୍କର ପ୍ରଧାନ, ଭଞ୍ଜନଗର ସହରାଞ୍ଚଳ ମଣ୍ଡଳୀ ସଭାପତି ଶିବପ୍ରସାଦ ମହାପାତ୍ର, ଯୁବ ସଂଗଠକ ତଥା ମୁଜାଗଡ ପଞ୍ଚାୟତର ପୁର୍ବତନ ସରପଞ୍ଚ ଶିବ ଶଙ୍କର ପ୍ରଧାନ, ଧୋବା ଗୌଡ, ସନ୍ତୋଷ ତିଆଡି, ହୃଷିକେଶ ପ୍ରଧାନ, ଘୁମୁସର ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ରବିନ୍ଦ୍ର କୁମାର ଗୌଡଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


