ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା ଖଇରପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଯନ୍ତ୍ରୀ ଅଭାବ। ବ୍ଲକରେ ହୋଇ ପାରୁନାହିଁ ବ୍ୟାପକ ଉନ୍ନୟନମୂଳକ କାର୍ଯ୍ଯ। କିଛି ଖବରରୁ ମିଳିଥିବା ସୂଚନାନୁସାରେ ଖଇରପୁଟ ବ୍ଲକରେ ରହିଛି ୧୧ ପଞ୍ଚାୟତ। ଅଧିକାଂଶ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ବଡଡୁରାଲ , ମାଡକାପଦର , ମୁଦୁଲିପଡା ଏବଂ ଅଣ୍ଡରାହାଲ ସମ୍ପୂର୍ଣ୍ଣ ଘାଟି ଅଞ୍ଚଳ। ବ୍ଲକରେ ଉନ୍ନୟନମୂଳକ କାର୍ଯ୍ଯ ତଦାରଖ କିମ୍ବା ଯୋଜନା କାର୍ଯ୍ୟକାରୀ ପାଇଁ ନାହାଁନ୍ତି ଆବଶ୍ୟକ କର୍ମଚାରୀ।ଏହା ବ୍ୟତୀତ କିଛି ଯନ୍ତ୍ରୀ ଦୀର୍ଘ ଦିନ ଧରି ଗୋଟିଏ ସ୍ଥାନରେ ଅଛନ୍ତି, ତାଙ୍କର ବଦଳି କାହିଁକି ହେଉନାହିଁ ଦାବି ହୋଇଛି। ଆଠ ବର୍ଷ ଗୋଟିଏ ଛୋଟ ସମୟ ନୁହେଁ। ଏହା ମଧ୍ୟରେ ଅନେକ ବିଡ଼ିଓ , ପିଡି ଏବଂ ଜିଲ୍ଲାପାଳ ବଦଳି ହୋଇ ଗଲେଣି। ଏତେ ଦିନ ବିତିଯାଇଥିଲେ ସୁଦ୍ଧା କର୍ମଚାରୀ ଅଭାବ କଥା ସାମନାକୁ ଆସିଲା ନାହିଁ କାହିଁକି.? ଏବେ ଯେଉଁ ବିଡ଼ିଓ ଅଛନ୍ତି ସେ ମଧ୍ୟ ଖଇରପୁଟରେ ଦୀର୍ଘ ଦିନ ଧରି କାର୍ଯ୍ୟରତ। ସେ କର୍ମଚାରୀ ଅଭାବ ବିଷୟରେ ଉପରକୁ ଜଣାଇଥିଲେ କି.? ସରକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ଏହା ମଧ୍ୟରେ ଅସୁବିଧା ହୋଇନି କାହିଁକି..? ଯଦି କର୍ମଚାରୀ ଅଭାବ ଯୋଗୁଁ ଯୋଜନା କାର୍ଯ୍ୟକାରୀ ହୋଇ ପାରୁନାହିଁ। ତେବେ ଏତେ ଦିନ ପର୍ଯ୍ୟନ୍ତ ସରକାରୀ ଯୋଜନା କାର୍ଯ୍ୟକାରୀ ଅବହେଳାକୁ ଉପରିସ୍ଥ ଜିଲ୍ଲା ଅଧିକାରୀ କାହିଁକି ପ୍ରଶ୍ରୟ ଦେଇ ଆସୁଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଯଦି କୌଣସି ଘର ପରିଚାଳନା ସଠିକ ଭାବେ ହେଉନାହିଁ। ସେଥିପାଇଁ ଘରର ମୁରବି ଦାୟୀ.? ନା ଘରର ଛୋଟ କର୍ମଚାରୀ ମାନେ ଦାୟୀ..?। କଥାଟା କାହିଁକି ଟିକେ ହଜମ ହେଉନାହିଁ।ତେଣୁ ଏ ସମ୍ପର୍କରେ ଖଇରପୁଟ ବିଡ଼ିଓ ଉମାଶଙ୍କର କୋୟାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ ହେଲେ ଯୋଗାଯୋଗ ହୋଇପାରିଲା ନାହିଁ। ତାଙ୍କର ଫୋନ ବନ୍ଦ ରହିବା , ସାଧାରଣ ଲୋକଙ୍କ ଫୋନର ଉତ୍ତର ନ ଦେବା ଏବଂ କାହାର ମିସ ଦେଖି ନିଜ ଆଡୁ ଫୋନ ନ କରିବା ଅଭ୍ୟାସ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଯନ୍ତ୍ରୀ ଅଭାବ ଆଉ କର୍ମଚାରୀ ଅଭାବ କଥା ଦୀର୍ଘ ଆଠ ବର୍ଷ ପରେ କାହିଁକି ମନେ ପଡିଲା। ଉପରିସ୍ଥ ଅଧିକାରୀ ଛାଟ ପଡୁଛି ନା କୌଣସି କର୍ମଚାରୀଙ୍କ ସହ ତାଳମେଳ ନ ମିଶିବାରୁ ହାତମୁଠା ଉଷୁମ ହୋଇ ପାରୁନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା। ନା କୌଣସି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କ ଏହା ବିଳାପ ସଠିକ୍ ତଦନ୍ତ ହେଲେ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା। ଫୋନ ନ ଉଠାଇବା ଏବଂ ପ୍ରତି ଉତ୍ତର ନ ଦେବା ବିଡ଼ିଓଙ୍କ ଅଭ୍ୟାସ ରହିଛି ବୋଧହୁଏ। ତେବେ ସେ ଯାହା ହେଉ ଆଜିର ବିଭିନ୍ନ ଖବରକୁ ଯଦି ବିଶ୍ଲେଷଣ କରାଯାଏ ତେବେ କୌଣସି ଖବରରେ ବିଡ଼ିଓଙ୍କ ମତାମତ ଦେଖିବାକୁ ମିଳିନାହିଁ।