ବ୍ରହ୍ମପୁର ମୋ ନିୟୁଜ ଓଡିଶା : ୨୦୦୮ ଗେଜଟ ବିଜ୍ଞପ୍ତି ଅନୁଯାୟୀ ୧୮ ଟି ପଞ୍ଚାୟତକୁ ସାମିଲ କରି ବ୍ରହ୍ମପୁର ମହାନଗର ନିଗମକୁ ଅନ୍ୟୁନ ୩୦୦ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ମହାନଗର ନିଗମରେ ପରିଣତ କରିବାକୁ ବିଜେପି ନେତୃତ୍ଵାଧୀନ ମୋହନ ସରକାର ତୁରନ୍ତ ରାଜନୈତିକ ଓ ପ୍ରଶାସନିକ ପକ୍ରୀୟା ଓ ପ୍ରୟାସ ଆରମ୍ଭ କରିବାକୁ ଏବଂ ଏ ଦିଗରେ ନୂତନ ଭାବେ ନିର୍ବାଚିତ ସ୍ଥାନୀୟ ଜନ ପ୍ରତିନିଧି ମାନେ ଯତ୍ନବାନ ହେବାକୁ ବ୍ରଜନଗରର ଏକ ସଭା ଗୃହରେ ଅନୁଷ୍ଠିତ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରିଣୀ ବୈଠକରେ ଆହ୍ବାନ ଦିଆଯିବା ସହ ସରକାରଙ୍କ ନିକଟରେ ଦାବୀ ରଖାଯାଇଛି। ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସଦସ୍ୟତା ସଂଗ୍ରହ ଅଭିଯାନକୁ ତ୍ଵରାନିତ କରି ସଂଗଠନକୁ ଆହୁରି ଶକ୍ତିଶାଳୀ ଓ ମଜଭୁତ କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ଆଗାମୀ ଦିନରେ ସହର ତଳି ଅଞ୍ଚଳ ମାନଙ୍କରେ ସହର ତଳି ପଞ୍ଚାୟତ ମାନକରେ ସଚେତନତା ସଭା ଆୟୋଜନ କରାଯିବାର ସ୍ଥିର କରାଯାଇଥିଲା। ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର ବିଗତ ଦିନରେ ନିଯାଇଥିବା ଓ ଆଗାମୀ ଦିନରେ ନିଆଯିବାକୁ ଥିବା କାର୍ଯ୍ୟାବଳୀ ସମ୍ପର୍କରେ ତଥ୍ୟ ରଖିଥିଲେ। ଆଗାମୀ ଦିନରେ କମିଟିର ଏକ ପ୍ରତନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ସାକ୍ଷାତ କରି ଦାବୀ ଉପସ୍ଥାପନ କରିବାକୁ ପଦକ୍ଷେପ ନେବା ନିମନ୍ତେ ବୈଠକରେ ସଂକଳ୍ପ ପାରିତ ହୋଇଥିଲା। ଆଜିର ବୈଠକରେ ସଭାପତିଙ୍କ ବ୍ୟତୀତ ଉପସଭାପତି ଦେବୀ ପ୍ରସାଦ ଦାସ, ସାଧାରଣ ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି ,ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ସହ ସମ୍ପାଦକ ବି ଭି ସାଗର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ଉପ ସଂଗଠନ ସମ୍ପାଦକ ଅଜିତ୍ କୁମାର ପଟ୍ଟନାୟକ, ସହ ସଂଗଠନ ସମ୍ପାଦକ ଶ୍ରୀମନ୍ତ ପାଣିଗ୍ରାହୀ, ସହ ସଂଯୋଜକ ଅନିଲ ଅଧିକାରୀ, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର ଏବଂ ଉପଦେଷ୍ଟା ସୁବାଷ ପାତ୍ର, ପ୍ରଫେସର ଡ ରଙ୍ଗନାଥ ମିଶ୍ର, ରାଜେନ୍ଦ୍ର କୁମାର ଜେନା, ପ୍ରଶାନ୍ତ କୁମାର ଦାସ, ଶଙ୍କର ସାହୁ, ପ୍ରମୋଦ ଚନ୍ଦ୍ର ପାଢ଼ୀ,ଏମ୍ ନାର୍ଶୀଙ୍ଗୁଲୁ , ଅଶ୍ଵିନୀ ସାହୁ, ସିଲା ବଇରୀ, ସନ୍ତୋଷ ସାହୁ, ପ୍ରୀତିଶ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ପଣ୍ଡା, ପ୍ରବୀଣ ପଟ୍ଟନାୟକ, କାହୁଁ ଚରଣ ପତି, କାହୁଁ ଚୌଧୁରୀ , ଆଦିତ୍ୟ ନାରାୟଣ ରଥ ଓ କୁମାର ସ୍ବାମୀ ପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
Tags:
ଆଞ୍ଚଳିକ