ଢେଙ୍କାନାଳରେ ଆରମ୍ଭ ହେଲା ଏବିଭିପିର ପ୍ରାନ୍ତ ଅଭ୍ୟାସ ବର୍ଗ*

ମୋ ନିୟୁଜ ଓଡିଶା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାନ୍ତ ଅଭ୍ୟାସ ବର୍ଗ-୨ ଢେଙ୍କାନାଳ ସ୍ଥିତ ସିନର୍ଜି ଇଞ୍ଜିନିୟରିଂ କଲେଜ ଠାରେ ଆରମ୍ଭ ହୋଇଯାଇଅଛି। ଜୁନ ୩୦ ରୁ ଜୁଲାଇ ୩ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ପରିଷଦର ଏହି ପ୍ରଶିକ୍ଷଣ ଶିବିର ଚାଲୁ ରହିବ। ଓଡିଶାର ବିଭିନ୍ନ ଜିଲ୍ଲାରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି। ପ୍ରଥମ ଦିନରେ ଉଦ୍ଘାଟନ ସତ୍ରରେ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସଭାପତି ଅଧ୍ୟାପିକା ଗାର୍ଗୀ ବାନାର୍ଜୀ, ରାଜ୍ଯ ସମ୍ପାଦକ ଅରିଜିତ ପଟ୍ଟନାୟକ, କ୍ଷତ୍ରୀୟ ସଂଗଠନ ସମ୍ପାଦକ ଅପାଂଶୁ ଶେଖର ସିଲ,ପ୍ରାନ୍ତ ସଂଗଠନ ସମ୍ପାଦକ ବୈଲୋଚନ ସାହୁ ଉପସ୍ଥିତ ଥିଲେ। ରାଜ୍ୟ ସଭାପତି ଗାର୍ଗୀ ବାନାର୍ଜୀ ପ୍ରାସ୍ତାବିକ ରଖିଥିଲେ। ପୂର୍ବ କ୍ଷେତ୍ରର କ୍ଷତ୍ରୀୟ ସଂଗଠନ ସମ୍ପାଦକ ଅପାଂଶୁ ସିଲ ବିଦ୍ୟାର୍ଥୀ ପରିଷଦର ଇତିହାସ ଏବଂ କାର୍ଯ୍ୟ ବାବଦରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଚାରି ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ପ୍ରାନ୍ତ ଅଭ୍ୟାସ ବର୍ଗରେ ବିଭିନ୍ନ ରାଷ୍ଟ୍ରୀୟ ସ୍ତରର ଅତିଥିମାନେ ମଧ୍ଯ ଯୋଗ ଦେଇ ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେବେ।

Post a Comment

Previous Post Next Post