ଭଞ୍ଜନଗର :ମୋ ନିୟୁଜ ଓଡିଶା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସକାଳ ୧୦ ଘଣ୍ଟ ଠାରୁ ଭିନ୍ନକ୍ଷମ ବ୍ୟକ୍ତି ଏବଂ ସର୍ବ ସାଧାରଣଙ୍କ ଅଭିଯୋଗ ଶୁଣାଣି ପାଇଁ ଜନସାଧାରଣ ଏଠାରେ ଉପସ୍ଥିତ ରହି ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୫୮ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଅଭିଯୋଗ ୫୩ଟି ଥିବାବେଳେ, ଗ୍ରାମୀୟ ଅଭିଯୋଗ ୫ ଟି ଥିଲା, ଜିଲ୍ଲାପାଳ ତ୍ୱରିତ ୮ଟି ଅଭିଯାଗର ଫଇସଲା କରିଥିଲେ । ଆଜିର ଅଭିଯାଗ ସମୟରେ ଜିଲ୍ଲାପାଳ ଜଣକୁ ହୁଇଲ ଚେୟାର ପ୍ରଦାନ କରିଥିଲେ ଏବଂ ଏହା ସହିତ ଜିଲ୍ଲାପାଳ ରେଡ଼କ୍ରସ ପାଣ୍ଠିରୁ ପାଞ୍ଚ ଜଣଂକୁ ୨୪୦୦୦(ଚବିଶି ହଜାର ଟଙ୍କା )ଟଙ୍କା ପ୍ରଦାନ କରିଥିଲେ । ଗ୍ରହଣ କରିଥିବା ଆବେଦନ ଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ, ଅତରିକ୍ତ ଉପଜିଲ୍ଲାପାଳ ଶ୍ରୀ ବିଶ୍ୱରଂଜନ କର, ଏସ.ଡ଼ି.ପି.ଓ. ଶ୍ରୀ ସୁଜିତ କୁମାର ନାୟକ, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ ଶେଖର ଶତପଥୀ, ଭଂଜନଗର ତହସିଲଦାର ଶ୍ରୀ ଉମାଶଙ୍କର ବେହେରା, ସହାୟକ ଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର ମହାପାତ୍ର, ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ କୁମାର ମୁଦୁଲି, ବେଲଗୁଣ୍ଠା ତହସିଲଦାର ଶ୍ରୀ କଳାକାହ୍ନୁ ପ୍ରଧାନ, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


