ଭାରତ ବିକାଶ ପରିଷଦ ର ୬୨ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁରରେ ମହାସମାରୋହରେ ପାଳନ ହେଲା*

୧୬,ମୋ ନିୟୁଜ ଓଡିଶା ଜୁଲାଇ ୨୦୨୪, ବ୍ରହ୍ମପୁର 

ମଙ୍ଗଳବାର ଦିନ ସନ୍ଧ୍ଯାରେ ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ପକ୍ଷରୁ  ପରିଷଦ ର ୬୨ ତମ ପ୍ରତିଷ୍ଠା ଦିବସ ଭାରତ ବିକାଶ ଭବନ ଠାରେ ମହାସମାରୋହରେ ପାଳନ କରାଯାଇଛି l 

ପ୍ରାରମ୍ଭରେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଭାରତ ମାତା, ପରିଷଦ ର ଆଦର୍ଶ ସ୍ୱମୀ ବିବେକାନନ୍ଦ ଏବଂ ପରିଷଦ ର ପ୍ରତିଷ୍ଠାତା ସୁରଜ ପ୍ରକାଶ ଙ୍କୁ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇ ସମୂହ ବନ୍ଦେ ମାତରମ ଗାନ ସହ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା l 


ଏହି ଅବସରରେ ଶାଖା ସଭାପତି ସୀମାଞ୍ଚଳ ଦାଶ ସ୍ୱାଗତ ଭାଷଣ ଦେଇଥିଲେ l ସମ୍ପାଦକ ପ୍ରସନ୍ନ କୁମାର ଛୋଟରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ  ଏବଂ ଭାରତ ବିକାଶ ପରିଷଦ ର ସ୍ଥାପନା ଏବଂ ଏହାର ଲକ୍ଷ, ଆଦର୍ଶ, ଉପଲବ୍ଧି ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ l


ଓଡିଆ ଦୈନିକ ଖବରକାଗଜ ପ୍ରଗତିବାଦୀ ର ଜିଲ୍ଲା ମୁଖ୍ୟ ସମ୍ପାଦକ (Dist.Correspondent) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱଚ୍ଛ ସୁସ୍ଥ ପରିବେଶ ଏବଂ ଏହାର ସୁରକ୍ଷା ପାଇଁ  କାର୍ଯ୍ୟ କରିବା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ l 

ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିବା ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଗଞ୍ଜାମ ବିଭାଗ ସଂଘଚାଳକ ଡଃ ଭଗବାନ ତ୍ରିପାଠୀ ଉଦବୋଧନ ଦେଇ ଭାରତ ବିକାଶ ପରିଷଦ ର ସଦସ୍ୟ ମାନେ କିପରି ବିଭିନ୍ନ ବର୍ଗ ର ବ୍ୟକ୍ତି ଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେବା କାର୍ଯ୍ୟ  କରିବା ସହ ଦେଶବାସୀ ଙ୍କ ମନରେ ଜାତୀୟ ମୂଲ୍ୟବୋଧ ଜାଗ୍ରତ କରିବା ଉପରେ ଆଲୋକପାତ କରିଥିଲେ l ଆଜି ବିଚାରଧାରା ର ଯେଉଁ କ୍ରାନ୍ତି ଚାଲିଛି ସେଥିରେ ବିଚଳିତ ନ ହୋଇ ରାଷ୍ଟ୍ରର ସଂସ୍କୃତି, ସଂସ୍କାର , ଧର୍ମ ଓ ସମାଜ କୁ ସୁରକ୍ଷିତ ରଖିବା ପାଇଁ ଭବିଷ୍ୟତ ପୀଢି କୁ ସତର୍କ କରିବା ସମସ୍ତଙ୍କର ଦାୟିତ୍ବ ବୋଲି କହିଥିଲେ l

ପ୍ରକାଶ ଥାଉ କୀ ଡ଼କ୍ଟର ସୁରଜ ପ୍ରକାଶ ଜୀ ଙ୍କ ଦ୍ୱାରା 1963 ମସିହା ଜୁଲାଇ ମାସ 10 ତାରିଖ ରେ ଭାରତ ବିକାଶ ପରିଷଦ ସ୍ଥାପିତ ହୋଇଥିଲା l ଭାରତ ବିକାଶ ପରିଷଦ ସମାଜ ର ବିଜ୍ଞ, ଉଚ୍ଚ ଶିକ୍ଷିତ ପ୍ରଭାବୀ ସମ୍ପନ୍ନ ବ୍ୟକ୍ତି ମାନଙ୍କର ଏକ ଅଣରାଜନୈତିକ, ସାମାଜିକ, ସାଂସ୍କୃତିକ, ରାଷ୍ଟ୍ରୀୟ ସଂଗଠନ l ପରିଷଦ ର ମୂଳ ଉଦ୍ଦେଶ୍ୟ ହେଲା ସମାଜର ପ୍ରଭାବୀ ସମ୍ପର୍ଣ୍ଣ ଉଚ୍ଚ ବର୍ଗ ର ବ୍ୟକ୍ତି ଙ୍କୁ ସୁସଂଗଠିତ କରି ସେମାନଙ୍କ ହୃଦୟ ରେ ସମାଜ ର ବଞ୍ଚିତ, ଅସମର୍ଥ, ଅଶିକ୍ଷିତ ଓ ଅସହାୟ ବର୍ଗ ର ଲୋକଙ୍କ ପ୍ରତି ସମ୍ବେଦନଶୀଳ ଭାବନା ଜାଗ୍ରତ କରି ସେମାନଙ୍କୁ ସମାଜ ରେ ସମର୍ଥ ହୋଇ ବଞ୍ଚିବାରେ ସହଯୋଗ କରିବା l


କୋଷାଧ୍ଯକ୍ଷ ଅଶୋକ  ମହାରଣା, ସେବା ସଚିବ ଡଃ. ପ୍ରାଣ ଚାନ୍ଦ ପଣ୍ଡା, ସଂସ୍କାର ସଚିବ ଲିଙ୍ଗରାଜ ସାହୁ, କୁମୁଦ ଚନ୍ଦ୍ର ସାମଲ,ଏନ୍.କୃଷ୍ଣା , ମହିଳା ବାଳ ବିକାଶ ସଂଯୋଜିକା କେ. ରାଣୀ, ଶ୍ରୀମତୀ ଯାଜ୍ଞସେନୀ ଦେବୀ, ଶ୍ରୀମତୀ ଆରତୀ ପଣ୍ଡା, ପ୍ରକାଶ ଭଜାନି, ପ୍ରଶାନ୍ତ ମହାରଣା, ଏଲ୍. ମୋହନ ପାତ୍ର, ଅଶ୍ୱିନୀ ସାହୁ, ରମେଶ ଚନ୍ଦ୍ର ପଣ୍ଡା, G.ଶିବରାମ, ପରିବେଶ ସଂଯୋଜକ ବିଜୟ ପାଢି, ରବିନ୍ଦ୍ର ପାଣିଗ୍ରାହୀ, ଗିରିଧାରୀ ପାଣି, ପ୍ରମୁଖ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ l 

ଉପଦେଷ୍ଟା କାଶୀ ବିଶ୍ଵନାଥ ଚୌଧୁରୀ ଓ ସଭାପତି ସୀମାଞ୍ଚଳ ଦାଶ ଅତିଥିମାନଙ୍କୁ ପରିଷଦ ର ସ୍ମୃତିଚିହ୍ନ ଦେଇ ସମ୍ମାନିତ କରିଥିଲେ l

ଶାଖା ସମ୍ପାଦକ ପ୍ରସନ୍ନ ଛୋଟରାୟ ମଞ୍ଚ ସଂଚାଳନା କରିଥିବାବେଳେ ଉପସଭାପତି ନାରାୟଣ ପାଢି ନୂତନ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ ଏବଂ ସଂଗଠନ ସମ୍ପାଦକ ରୁଦ୍ର ପ୍ରସାଦ ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ l

ସମୂହ ଜାତୀୟ ସଂଗୀତ ଗାନ ସହ ସଭା ସାଙ୍ଗ କରାଯାଇଥିଲା l 

ଭାରତ ବିକାଶ ପରିଷଦ ର ଉକ୍ତ ସ୍ଥାପନା ଦିବସ ପାଳନ କାର୍ଯ୍ୟକ୍ରମରେ ବହୁ ସଦସ୍ୟ ସଦସ୍ୟା ଯୋଗଦେଇ ଥିବାବେଳେ ସମସ୍ତଙ୍କ ପାଇଁ ସହଭୋଜ ର ଆୟୋଜନ କରାଯାଇଥିଲା l



Post a Comment

Previous Post Next Post