(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଦୀର୍ଘ ଦିନ ଧରି ଲାଗିରହିଥିବା ଲଘୁଚାପ ବର୍ଷାରେ ବ୍ରହ୍ମାପଲ୍ଲୀ ନିକଟସ୍ତ ଆନନ୍ଦବିହାର,ଲାଞ୍ଜିପଲି,
୩୮ନମ୍ବର ୱାର୍ଡ ରାସ୍ତା ପାଲଟିଛି ମରଣା ଯନ୍ତା, କାଦ ପଚ ପଚ ଓ ଖାଲ ଯୋଗୁଁ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ଦେଖା ଦେଉଥିବା ଅଭିଯୋଗ ହେଉଛି ।ଶୁଖିଲା ପାଗରେ ରାସ୍ତାର ଅବସ୍ଥା ଖରାପ ରହୁଥିବା ବେଳେ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହିବା ସହ କାଦ ହୋଇଯାଉଛି । ଫଳରେ ସେହି କାଦ ପଚ ପଚ ରାସ୍ତା ଦେଇ ଯିବା ଆସିବା କରିବା କଷ୍ଟକର ହୋଇ ପଡୁଛି l ବର୍ଷା ଜଳ ନିଷ୍କାସନ ହେବା ପାଇଁ ନାଳ ନଥିବାରୁ ସାମାନ୍ୟ ବର୍ଷା ହେଲେ ରୋଡ଼ ସାରା ପାଣି ଜମୁଛି, ପାଦ ଚଲା ରାସ୍ତା ତିଆରି ହୋଇଥିଲେ ବି ଏ ପର୍ଯ୍ୟନ୍ତ ମାଟି, ବାଲି,ଇଟା ଓ ପଥର ବାହାରି ନ ଥିବାରୁ ବେଳେ ବେଳେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ନେଇ ସାହିବାସିନ୍ଦା ଆନନ୍ଦବିହାର,ଲାଞ୍ଜିପଲି,
୩୮ନମ୍ବର ୱାର୍ଡ ରାସ୍ତା ପକ୍କା ରାସ୍ତା ନିର୍ମାଣ କରିବାକୁ କୋପରେଟରଙ୍କୁ ବାରମ୍ବାର କହିବା ସହ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ପାଖକୁ ଯାଇ ଦାବି ଜଣାଇଛନ୍ତି l
ତେଣୁ ବ୍ରହ୍ମାପଲ୍ଲୀ ନିକଟସ୍ତ ଆନନ୍ଦବିହାର,ଲାଞ୍ଜିପଲି,
୩୮ନମ୍ବର ୱାର୍ଡ ରାସ୍ତା ପକ୍କା ରାସ୍ତା ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସାହିବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି ।