ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଜଣଙ୍କୁ ଆକ୍ରମଣ ଅଭିଯୋଗରେ ଜେଲ ଗଲେ ଯୁବକ

ଗଞ୍ଜାମ ଜିଲ୍ଲା  ମୋ ନିୟୁଜ ଓଡିଶା ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରୀ ପଂଚାୟତର ପି. ନୁଆଁଗାଁ ର କାଳୀ ମନ୍ଦିର ନିକଟରେ ଜଣେ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଅଭିଭାବକଙ୍କୁ ମାଡ଼ ମାରି ହାତ ଭାଙ୍ଗିଦେଇଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି । ଗିରଫ ଯୁବକ ଜଣଙ୍କ ହେଲେ ପି. ନୁଆଁଗାଁ ଖଦାଳ ସାହିର ରମେଶ ଦାସ ଙ୍କ ପୁଅ ମକରା ଦାସ । ସୂଚନା ଅନୁଯାୟୀ ମକରା ଦାସ ଦୀର୍ଘ ଦିନ ହେବ କାଳୀ ମନ୍ଦିର ନିକଟସ୍ଥ ଖଦାଳ ସାହି ସ୍ଥିତ ଠାକୁରାଣୀ ମନ୍ଦିର ରାସ୍ତାରେ ଯାଉଥିବା ସ୍କୁଲ ଛାତ୍ରୀଙ୍କୁ କମେଣ୍ଟ ମାରୁଥିଲା | ଖବର ପାଇ ଜଣେ ଛାତ୍ରୀ ଙ୍କ ବାପା  ଏହାକୁ ପ୍ରତିବାଦ କରିବାରୁ ଉତ୍ୟକ୍ତ ହୋଇ ମକରା ଛାତ୍ରୀଙ୍କ ବାପାଙ୍କୁ ମାଡ଼ ମାରିଥିଲା । ଯାହା ଫଳରେ ଙ୍କ ଡାହାଣ ହାତ ର ହାଡ଼ ଟି ଭାଙ୍ଗି ଯାଇଛି । ଖବର ପାଇ ବେଗୁନିଆପଡା ଥାନା ଏଏସଆଇ ପ୍ରକାଶ ବେହେରା ଘଟଣା ସ୍ଥଳରେ  ମକରାକୁ ଗିରଫ କରିଥିଲେ । ଏ ନେଇ ବେଗୁନିଆପଡା ଥାନା ରେ  କେଶ ନମ୍ବର 332/2024 ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ରବିବାର ସକାଳ 11 ଘଣ୍ଟ ସମୟରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Post a Comment

Previous Post Next Post