ଘୁମୁସରର ସ୍ୱରର ୧୩୯ତମ ସାହିତ୍ୟ ଆଲୋଚନା ଚକ୍ର

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ବ୍ୟାଘ୍ରାମ୍ବରୀ ମଠ କରଚୁଲି ପ୍ରବଚନ ମଣ୍ଡପ ପ୍ରାଙ୍ଗଣରେ "ଘୁମୁସରର ସ୍ୱର’ ବାଲିପଦର ପକ୍ଷରୁ ବ୍ୟାସ ପୁର୍ଣ୍ଣିମା ଅବସରରେ ୧୩୯ତମ ସାହିତ୍ୟ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ "କୃଷ୍ଣଦ୍ୱିପାୟନ ତଥା ଗୁରୁ ବ୍ୟାସ’ ଶୀର୍ଷକ ଆଲୋଚନା ଚକ୍ରକୁ ମଠ ମହନ୍ତ ସତ୍ୟାନନ୍ଦ ମହାରଜା ଉଦଘାଟନ କରି ବେଦ, ଉପନିଷଦ, ଅଷ୍ଟାଦଶ ପୁରାଣ, ଗୀତା ଓ ଭାଗବତ ପଠନ ଦ୍ୱାରା ପଥଭ୍ରଷ୍ଟ ଯୁବ ସମାଜ ମାନସିକ ସ୍ତରରେ ପରିବର୍ତ୍ତନ ହୋଇ ସମାଜର ମୁଖ୍ୟ ସ୍ରୋତକୁ ଆସିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ମୋତିଲାଲ୍ ପତି, କବି ଅନନ୍ତ କର, ଗହଣଦଳ ସର୍ଦ୍ଦାର ଲିଙ୍ଗରାଜ ଦାଶ, କାମରାଜୁ ସାହାଣୀ, ଜି. ରାଜେଶ୍ୱର ପାତ୍ର ପ୍ରମୁଖ ଗୁରୁ ପରମ୍ପରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କବି କୃଷ୍ଣଚନ୍ଦ୍ର ଡାକୁଆ, ସୁରେଶ ଚନ୍ଦ୍ର ପାଢ଼ୀ, ପଞ୍ଚାନନ ପଲାଇ, ଧ୍ରୁବ ପାଣିଗ୍ରାହୀ, ତିରୁପତି ବାଲାଜି ପ୍ରଧାନ କବିତା ପାଠ କରିଥିବା ବେଳେ ନଗୁଡୁ ପିତବାସ ସାହୁ ଦଖିଣି ବାଦ୍ୟ ବାଦନ କରିଥିଲେ । ଶେଷରେ ଖଲି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post