ରଥଯାତ୍ରାରେ ଅଭାବନୀୟ ଦୃଶ୍ୟ, ପରିତ୍ୟକ୍ତ ଅବସ୍ଥାରେ ପାଣିରେ ପଡି ରହିଛନ୍ତି କାଳିଆ ଠାକୁର।

 


ବେଗୁନିଆପଡ଼ା 

ଆଜି ହେଉଛି ଜଗତର ବଡ଼ ଠାକୁର କୋଟି ବ୍ରହ୍ମାଣ୍ଡର ସ୍ରଷ୍ଟା ଶ୍ରୀ ଜଗନ୍ନାଥଙ୍କ ସବୁଠାରୁ ବଡ଼ ଯାତ୍ରା ରଥଯାତ୍ରା। ହେଲେ ରଥଯାତ୍ରା ଅବସରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ବିଶ୍ବର କୋଣ ଅନୁକୋଣରେ ରଥଯାତ୍ରା ଚାଲିଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ପାଣିରେ ପଡି ରହିଛନ୍ତି କାଳିଆ ଠାକୁର। ଇଏ ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସୀମାନ୍ତ ଶାଳିଆ ଡ୍ୟାମର ଦୃଶ୍ୟ ।

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଶାଳିଆ ଡ୍ୟାମ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ଜଗନ୍ନାଥ ଙ୍କ ମୂର୍ତ୍ତି । କିଏ ଓ କାହିଁକି ଜଗନ୍ନାଥ ମୂର୍ତ୍ତି କୁ ଏମିତି ପରିତ୍ୟକ୍ତ ଅବସ୍ଥାରେ ପକାଇଛି ତାହା ଜଣା ପଡିନଥିବା ବେଳେ ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Post a Comment

Previous Post Next Post