ଶ୍ରୀରାମଙ୍କ ଐତିହ ସଂରକ୍ଷଣ ପାଇଁ ଅଯୋଧ୍ୟାରୁ ଲଙ୍କାପୁରୀକୁ ଯୁବକଙ୍କ ପଦଯାତ୍ରା।

 

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ଅଯୋଧ୍ୟାରୁ ଲଙ୍କାପୁରୀକୁ ଯୁବକଙ୍କ ପଦଯାତ୍ରା। ଅଯୋଧ୍ୟା ପୁରୀର ଯୁବକ ରାମ ସୁନ୍ଦର ଦାସ ୧ ଫେବୃୟାରୀ ୨୦୨୩ ରୁ ଅଯୋଧ୍ୟା ନଗରୀରୁ ପଦଯାତ୍ରା ଆରମ୍ଭ କରି ଶ୍ରୀଲଙ୍କା ପହଞ୍ଚିଥିଲେ। ପଦଯାତ୍ରାର ରାମାୟଣ କାଳରେ ରାମଲାଲା ବନବାସ ସମୟରେ ଯେଉଁ ଯେଉଁ ସ୍ଥାନମାନଙ୍କରେ ପହଞ୍ଚିଥିଲେ।ସେ ସମସ୍ତ ସ୍ଥାନର ସଂରକ୍ଷଣ ଏବଂ ଉନ୍ନତିକରଣ ନିମନ୍ତେ ଯୁବ ସମାଜକୁ ବାର୍ତ୍ତା ପ୍ରଦାନ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।ମୁଁ ମାଲକାନଗିରି ଜିଲ୍ଲାକୁ ଆସି ଅତ୍ୟନ୍ତ ଖୁସି। ଏଠାରେ ଗୋଟିଏ ଦିନ ବିଶ୍ରାମ ନେଇ ପୁଣି ଅଯୋଧ୍ୟାକୁ ଫେରି ଯିବି ବୋଲି ରାମ ଭକ୍ତ ରାମ ସୁନ୍ଦର କହିଛନ୍ତି।ମାଲକାନଗିରି ଜିଲ୍ଲା ସହିତ ଶ୍ରୀରାମଙ୍କ ଗଭୀର ସମ୍ପର୍କ ରହିଛି।ମଲିକେଶ୍ଵର ମହାଦେବଙ୍କୁ ପ୍ରଭୁ ରାମଚନ୍ଦ୍ର ନିଜେ ପ୍ରତିଷ୍ଠା କରିଥିଲେ।ଏଣୁ ମାଲକାନଗିରି ଜିଲ୍ଲାର ମହତ୍ୱ ରହିଛି।ପୁରାତାତ୍ଵିକ ଓ ଧାର୍ମିକ ମହତ୍ତ୍ଵ ଦୃଷ୍ଟିରୁ ମାଲକାନଗିରି ଜିଲ୍ଲାକୁ ଉଭୟ ତ୍ରେତୟା ଯୁଗର ରାମ ବନବାସ ଏବଂ ମହାଭାରତ ସମୟରେ ପଞ୍ଚୁ ପାଣ୍ଡବଙ୍କର ଅଜ୍ଞାତବାସ ଭଳି ଆଧ୍ୟାତ୍ମିକତା ଚେତନା ସହ ଯୋଡା ଯାଇଛି।ଯାହାର ମୁକ ସାକ୍ଷୀ ମହାଭାରତର ଯଦୁଗୁଡାକୁ ଯଉ ଘର ଓ ରାମାୟଣର ଆମାକୁଣ୍ଡ ବା ସୀତାକୁଣ୍ଡ ପ୍ରମାଣ ରହିଛି।ସେହିପରି ମାନ୍ୟମକୋଣ୍ଡାର ବାଲରାଜୁ , କାମରାଜୁ ,ପୋତରାଜୁଙ୍କ ଆଧ୍ୟାତ୍ମିକତାକୁ ଏଠାକାର କୋୟା ଆଦିବାସୀ ମାନେ ହୃଦୟର ସହ ସମ୍ଭାଳି ରଖିଛନ୍ତି। ୧୪ ବର୍ଷ କାଳ ରାମ ବନବାସ ବେଳେ ଛତିଶଗଡର କୋଣ୍ଟା ଠାରୁ ଆନ୍ଧ୍ରପ୍ରଦେଶର ଭଦ୍ରାଚଲମ ଓ ଓଡ଼ିଶାର ମାଲକାନଗିରି ଜିଲ୍ଲାକୁ ଦଣ୍ଡକାରଣ୍ୟରେ ଭଗବାନ ରାମଙ୍କ ବନବାସର ଅନ୍ତିମ ପର୍ଯ୍ୟାୟ ବୋଲି ମାନ୍ୟତା ରହିଛି। ତେବେ ଜାତୀୟ ପ୍ରକଳ୍ପ ଭାବେ ମାନ୍ୟତା ପାଇଥିବା ପୋଲାଭରମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଯାଏ ତାହେଲେ ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ମାଲକାନଗିରି ଜିଲ୍ଲାର ୨୧ ଗ୍ରାମରେ ଥିବା ପୁରାତାତ୍ବିକ ଐତିହ ସ୍ଥଳ ଗୁଡିକ ନିଶ୍ଚିତ ଭାବେ ଜଳ ସମାଧି ନେଇଯିବ। ତେବେ ରାମ ଭକ୍ତ ରାମ ସୁନ୍ଦର ଦାସ ଶ୍ରୀଲଙ୍କାରୁ ଭଦ୍ରାଚଲମ ହେଇ ମାଲକାନଗିରି ଜିଲ୍ଲାରେ ପହଁଞ୍ଚିବା ପରେ ସ୍ଥାନୀୟ ଶ୍ରୀରାମ ଭକ୍ତ ଦିନେଶ ପଟନାୟକଙ୍କ ସହ ଅନେକ ଶ୍ରଦ୍ଧାଳୁମାନେ ରାମ ସୁନ୍ଦର ଦାସଙ୍କୁ ପାଛୋଟି ନେଇଥିଲେ।

Post a Comment

Previous Post Next Post