(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ସାନଖେମୁଣ୍ଡି :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଡେଙ୍ଗାଓସ୍ତ୍ରା ସ୍ଥିତ ସମାଜ ସଭା ଗୃହ ପରିସରରେ ସାନଖେମୁଣ୍ଡି ଓ ମୋହନା ତାଲୁକା ଶୌଣ୍ଡିକ ସମାଜର ୨୪ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି ।ସମାଜର କର୍ମକର୍ତ୍ତା ମାନଙ୍କ ମିଳିତ ସାହାଯ୍ୟ ଓ ସହାନୁଭୂତି ଯୋଗୁଁ ଶୌଣ୍ଢିକସମାଜ ସକ୍ରିୟ ଭାବେ ଅନେକ ସମାଜମଙ୍ଗଳ କାମ କରି ଆସୁଛି।ଗଞ୍ଜାମ ଜିଲ୍ଲା ସମାଜର ଅତୁଳନୀୟ କାର୍ଯ୍ୟକଳାପ ସଂସ୍କାର ଏବଂ ଆଦର୍ଶବାନ କରିବା ଓ ସମାଜ ପ୍ରତି କର୍ମକର୍ତ୍ତାଙ୍କ ଅର୍ଥ,ଶ୍ରମ ଓ ବୁଦ୍ଧି ବଳରେ ଆଜି ସଙ୍ଗଠନ ମଜବୁତ୍ ହୋଇଥିବା ପ୍ରକାଶ ପାଇଛି।ଏହି ସମ୍ମିଳନୀର ଆବାହକ ତଥା ତାଳୁକା ସଭାପତି ତ୍ରିନାଥ ବିଷୋୟୀରତ୍ନ , ସମ୍ପାଦକ ମନୋଜ କୁମାର ସାହୁ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜରେ ନାରୀ ସଶକ୍ତିକରଣ , ଗରିବ ପୁଅ ଝିଅଙ୍କ ବାହାଘର, ହିଂସାଦ୍ଵେଶ ମନୋଭାବ ନରଖି ଏକତ୍ରିତ ହୋଇ ଚାଲିବା ସହ ଏକ ଶୃଙ୍ଖଳିତ ସମାଜ ଗଠନ ହୋଇପାରିବ ତାହା ଉପରେ ମତବ୍ୟକ୍ତ କରିଥିଲେ।ମାଟ୍ରିକ ଓ +୨ ରେ ଶୀର୍ଷ ସ୍ଥାନ ଅର୍ଜନ କରିଥିବା ଦୁଇ ଛାତ୍ରୀଙ୍କୁ ସମେତ ପୂର୍ବତନ ସଭାପତି ଏବଂ ସମ୍ପାଦକଙ୍କ ପରିବାର ବର୍ଗଙ୍କୁ ସମ୍ମାନିତ କରିବାସହ ତାଙ୍କ ଫଟୋଚିତ୍ର ସଭା ଗୃହରେ ସ୍ଥାପନ କରାଯାଇଥିଲା।ପୁଅ ଝିଅ ମାନେ ତାଙ୍କ ବାପା ମାଁ ମାନଙ୍କୁ ଯେପରି ସମ୍ମାନର ସହିତ ପାଳନ କରିବେ ଓ ଶାଶୂ ଶ୍ଵଶୁର ମାନେ ବୋହୂ ନିର୍ଯାତନା ନଦେବାକୁ ଓ ଯୌତୁନ ଦାବି ନକରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ ସମ୍ମିଳନୀରେ ଆଇନ ପରାମର୍ଶଦାତା ନିର୍ମଳ ସାହୁ,ଜିଲ୍ଲା ସଭାନେତ୍ରୀ ସୁନନ୍ଦା ଚୌଧୁରୀ, ଦିଗପହଣ୍ଡି ସଭାପତି ସନ୍ତୋଷ ସାହୁ, ଚିକିଟି ସଭାପତି ଶ୍ୟାମସୁନ୍ଦର ସାହୁ,ସୁରଙ୍ଗି ସମ୍ପାଦକ ବାରାନିଧି ସାହୁ,ଚିକିଟି ସଂଘଠକ ମନୋଜ ସାହୁ,ମହିଳା ସଂଗଠକ ଦମୟନ୍ତୀ ସାହୁ,ମହିଳା ସଭାନେତ୍ରୀ ସବିତା ସାହୁକାର,ସାନଖେମୁଣ୍ଡି ଓ ମହୋନ ସଂଗଠକ ଦେବାନନ୍ଦ ସାହୁ,କୋଷାଧ୍ୟକ୍ଷ କୈଳାଶ ସାହୁ,ପାତ୍ରପୁର ସଂଗଠକ ଦିନାର୍ଦନ ସାହୁ ଓ ବିଭିନ୍ନ ମୁଠାରୁ ଆସିଥିବା ମଣ୍ଡଳ ଅଧିକାରୀ ଓ ସଭ୍ୟ ସଭ୍ୟା ଉପସ୍ଥିତ ରହି ସମାଜ ପକ୍ଷରୁ ବିଭିନ୍ନ ଜନହିତ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।


