କୋଦଳାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଅଷ୍ଟ ଦୁର୍ଗ ସାହିତ୍ୟ ପରିକ୍ରମା ଗ୍ରନ୍ଥ ଲୋକାର୍ପିତ

 


କୋଦଳା ମୋ ନିୟୁଜ ଓଡିଶା (୨୧/୦୭/୨୦୨୪) 

ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଏକ ଅଧିବେଶନ କୋଦଳା କଲ୍ଯାଣ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ବହୁ ସାହିତ୍ୟିକ ମାନଙ୍କୁ ଏଥିରେ ପ୍ରତିଭା ସମ୍ମାନ ସହ ସମ୍ବର୍ଦ୍ଧନା ଦିଆଯାଇଛି। ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ଉଦ୍ଯମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ଯ ସରକାରଙ୍କ ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ଅଷ୍ଟଦୁର୍ଗ ସାହିତ୍ୟ ପରିକ୍ରମା ଗ୍ରନ୍ଥର ଲୋକାର୍ପଣ କରିଥିଲେ। ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ କୂଳପତି ପ୍ରଫେସର ଡକ୍ଟର ଗୀତାଞ୍ଜଳି ଦାସ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, କୋଦଳା ଏନ୍ଏସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ମନୋଜ କୁମାର ପାଣ୍ଡି, ଉପାଧ୍ୟକ୍ଷା ରଞ୍ଜିତା ସେଠୀ ପ୍ରମୁଖ ମଞ୍ଚାସୀନ ରହି ବହୁ ପ୍ରତିଭାବାନ ସାହିତ୍ୟିକଙ୍କୁ ପୁରସ୍କୃତ କରି ସେମାନଙ୍କ ଉଜ୍ଜଳ ଭବିଷ୍ୟତ ସହ ସୁଖମୟ ଜୀବନ କାମନା କରିଥିଲେ। ସଭାପତି କବି ପ୍ରଶାନ୍ତ ମିଶ୍ର, କାର୍ଯ୍ଯକାରୀ ସଭାପତି ଡଃ ବିଦ୍ଯୁତପ୍ରଭା ସାହୁ, ଉପାଧ୍ୟକ୍ଷ ଡଃ ଗୌରାଙ୍ଗ ରାଉତ, ଗବେଷକ ଶ୍ରୀରଙ୍ଗ ନାୟକ ଶିକ୍ଷାବିତ୍ ଶ୍ଯାମ ସୁନ୍ଦର ସାହୁଙ୍କ ସହ ବହୁ କବି କବୟିତ୍ରୀ ଯୋଗଦେଇଥିଲେ ।ମୁଖ୍ଯ ଅତିଥି ତଥା ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ କୂଳପତି କଂ ସହ ୨୦ ରୁ ଉର୍ଦ୍ଧ୍ବ ପ୍ରତିଭାବାନ ସାହିତ୍ୟିକଙ୍କୁ ପୁରସ୍କୃତ କରାଯାଇଥିଲା।

Post a Comment

Previous Post Next Post