ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଖେମାଗୁରୁ ଠାରୁ ଚେପାଲ ପଡା ଗ୍ରାମକୁ ଯାତାୟାତ ପାଇଁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ଅଛି। ଖଇରପୁଟ ବ୍ଲକ ପକ୍ଷରୁ ଟେଣ୍ଡର ଡକାଯାଇ ଚେପାଲ ପଡା ଗ୍ରାମକୁ ଯାତାୟତ ପାଇଁ କୋଡିଏ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ପୋଲ ନିର୍ମାଣ କରାଯାଇଛି। ଯାହା ଅତିନିମ୍ନ ମାନର କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖେମାଗୁରୁ ଠାରୁ ପ୍ରାୟ ସାତ କିଲୋମିଟର ଦୂର ଚେପାଲ ପଡା ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ। ଘଞ୍ଚ ଜଙ୍ଗଲ ସହ ପାହାଡ଼ , ନଦୀ ନାଳ ଅତିକ୍ରମ କରି ଯିବାକୁ ପଡେ। ଗ୍ରାମବାସୀ ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ରାସ୍ତା କାମ କରାଯାଉନାହଁ। ଉକ୍ତ ରାସ୍ତାରେ ବ୍ଲକ ପ୍ରଶାସନ ଦ୍ୱାରା ଯେଉଁ ପୋଲ ନିର୍ମାଣ ହୋଇଥିଲା। ଟେଣ୍ଡର ନେଇଥିବା ଠିକାଦାରଙ୍କ ପୋଲ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଚଳିତ ବର୍ଷ ପ୍ରଥମ ବର୍ଷାରେ ପୋଲ ଧୋଇ ଯାଇଥିବା ଦେଖିବାକୁ ମିଳିଛି। ସମ୍ପୂକ୍ତ ଠିକାଧାରଙ୍କୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ କହିଛନ୍ତି। ଉକ୍ତ ପୋଲ ନିମ୍ନମାନର ହେଉଥିବା ସହକାରୀ ଯନ୍ତ୍ରୀ ଏବଂ ବିଡ଼ିଓଙ୍କୁ ଫୋନ ଦ୍ୱାରା ଯୋଗାଯୋଗ କରିବାରୁ ଆମେ ଅବଗତ ଅଛୁ। ବର୍ଷା କମିଲେ ପୋଲ କାର୍ଯ୍ୟ କରାଯିବ ବର୍ତ୍ତମାନ ଠିକାଦାରଙ୍କ ବିଲ କରାଯାଇନାହିଁ। ନିମ୍ନମାନର କାର୍ଯକୁ ସମ୍ପୂର୍ଣ ଭାଙ୍ଗି ପୁନର୍ବାର କରାଯିବ ବୋଲି ଜଣାଇଛନ୍ତି। ଏଥି ସହ ଚେପାଲ ପଡା ଗ୍ରାମକୁ ରାସ୍ତା ପାଇଁ ଆଗାମୀ ଆର୍ଥିକ ବର୍ଷରେ କରାଯିବ ବୋଲି ସୂଚନା ଦେଇଛନ୍ତି। ନେପାଲ ପଡା ଗ୍ରାମକୁ ଚଲାପଥ ଅତି ଶୋଚନୀୟ ଅବସ୍ଥାରେ ଥିବାରୁ ଯିବା ଆସିବା କଷ୍ଟକର ହେଉଅଛି। ଅନ୍ୟ ପକ୍ଷରେ ରୋଗୀ ପ୍ରସୂତିକୁ ଭାର କିମ୍ବା ଖଟିଆରେ ବୋହିକି ସାତ କିଲୋମିଟର ଆଣିବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି। ଚେପାଲ ପଡ଼ାକୁ ପକ୍କା ରାସ୍ତା ଏବଂ ଧୋଇ ଯାଇଥିବା ପୋଲକୁ ପୁନଃ ନିର୍ମାଣ ଗ୍ରାମବାସୀ ଦାବି କରିଛନ୍ତି। ତେବେ କେବେ ଗ୍ରାମବାସୀଙ୍କ ଦାବି ପୁରଣ ହେଉଛି ତାହା ଦେଖିବାକୁ ବାକି ରହିଲା।