(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଖେଳାଳିଙ୍କ ଭବିଷ୍ୟତ ଗଡୁଥିବା ଖେଳ ପଡିଆ ଆଜି ଅନେକେ ସମସ୍ୟା ଭିତରେ ।
ଏହି ଦୃଶ୍ୟ ହେଉଛି ବିନାୟକ ଆଚାର୍ଯ୍ୟ କଲେଜ୍ ଖେଳ ପଡିଆର, ପ୍ରତ୍ୟକ ଦିନ ଏଠାକୁ ଶହ ଶହ ଛାତ୍ର ଛାତ୍ରୀ ମାନେ ଆସନ୍ତି ଦୌଡିବାକୁ କିଏ ସେନା ବାହିନୀ ରେ ଯୋଗ ଦେବେ ପାଇଁ ତୋ ପୁଣି କିଏ ପୋଲିସ ଅଧିକାରୀ ହେବା ପାଇଁ ଚେଷ୍ଟା କରନ୍ତି, ସକାଳ ହେଲେ ବୋହୁତ ଲୋକ ଛୁଟି ଆସନ୍ତି ଯୋଗ ଓ ବ୍ୟାୟମ କରିବା ପାଇଁ ଏହି ଖେଳ ପଡିଆକୁ, ବୋହୁତ ଖେଳାଳିଙ୍କୁ ଗୋଡ଼ି ଥିବା ଏହି ଖେଳ ପଡିଆ ଆଜି ନିଜର ପରିଚୟ ଖୋଜିବା ସହ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି।
ବର୍ଷା ଜଳ ନିଷ୍କାସନ ହେବା ପାଇଁ ନାଳ ନଥିବାରୁ ସାମାନ୍ୟ ବର୍ଷା ହେଲେ ପଡିଆ ସାରା ପାଣି ଜମୁଛି, ପାଦ ଚଲା ରାସ୍ତା ତିଆରି ହୋଇଥିଲେ ବି ଏ ପର୍ଯ୍ୟନ୍ତ ମାଟି, ବାଲି,ଇଟା ଓ ପଥର ବାହାରି ନ ଥିବାରୁ ଛାତ୍ର ଛାତ୍ରୀ ମାନେ ଦୌଡିଲା ବେଳେ ବୋହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବେଳେ ବେଳେ ଏଠାକୁ ବ୍ୟାୟମ କରିବାକୁ ଓ ଦୌଡ଼ିବା ପାଈଁ ଆସୁଥିବା ଛାତ୍ର ଛାତ୍ରୀ ମାନେ କିଛି ବ୍ୟାୟମ ନ କରିପାରି ଖାଲି ହାତରେ ଫେରୁ ଥିବାରୁ ବିଭିନ୍ନ ମହଲ ରେ ଅସନ୍ତୋଷ ବୁଦ୍ଧି ପାଉଛି।
କଲେଜ୍ କର୍ତୁପକ୍ଷ,ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ମନ୍ତ୍ରୀ ପରିଦର୍ଶନରେ ଆସି ଏହି ପଡିଆର ସମସ୍ୟା ଉପରେ ଧ୍ୟାନ ଦିଅନ୍ତେ ତାହା ହେଲେ ସମସ୍ତେ ଉପକୃତ ହୋଇପାରିବେ l


