ଲୁଣିଘାଟି ପଡ଼ିଆ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ପାଳନ, ଯୋଗଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

 


ଗଞ୍ଜାମ ଜିଲ୍ଲାମୋ ନିୟୁଜ ଓଡିଶା ପୋଲସରା ସ୍ଥିତ ଲୁଣିଘାଟି ପଡ଼ିଆ ଠାରେ କାର୍ଗିଲ୍ ବିଜୟ ଦିବସ ଉତ୍ସବ ପାଳନ କରାଯାଇଛି। ଶନିବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସୋରଡ଼ା ବିଧାୟକ ନିଳମଣୀ ବିଷୋୟୀ, ବରିଷ୍ଠ ନେତା ପ୍ରଭାକର ପଣ୍ଡା, ଘୁମୁସର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ, ବରିଷ୍ଠ ବିଜେପି ନେତା ଅନୀଲ ପଣ୍ଡା, ବୁଗୁଡ଼ା ଏନଏସି ଉପାଧ୍ଯକ୍ଷ ମାନସ ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଦେଶ ମାତୃକାର ବନ୍ଦନା କରିବା ସହ ସଂଗୀତ ଗାନ କରିଥିଲେ। 

୧୯୯୯ ଯୁଦ୍ଧ ଲଢିଥିବା ଭାରତୀୟ ସେନା ଓ ସେହି ଦିନର ଯୁଦ୍ଧର ଭୟଙ୍କର ସ୍ଥିତି ଓ ଭାରତୀୟ ଯବାନଙ୍କ ବଳିଦାନକୁ ମନେ ପକାଇଛନ୍ତି ଅତିଥି ସହିଦଙ୍କ ସାହସିକତା ଓ ଦେଶପାଇଁ ବଳିଦାନକୁ ମନେ ପକାଇ ବେଶ୍ ଗର୍ବିତ ଅନୁଭବ କରୁଥିବା କହିଛନ୍ତି ଅତିଥି। ବଳିଦାନ ପରବର୍ତି ସମୟରେ ଭାରତୀୟ ଜବାନଙ୍କୁ କାର୍ଗିଲ ଯୁଦ୍ଧରେ ଲଢିବାକୁ ପ୍ରେରଣା ଯୋଗାଇଥିଲା । ବ୍ୟର୍ଥ ଯାଇନଥିଲା ବଳିଦାନ । ଶେଷରେ ପାକିସ୍ତାନକୁ ଧୂଳି ଚଟେଇ ଭାରତ ହାସଲ କରିଥିଲା ଐତିହାସିକ କାର୍ଗିଲ ବିଜୟ ।ଏହାକୁ ମନେ ପକାଇ ବକ୍ତବ୍ୟ ରଖିଥିଲେ ଅତିଥି।

Post a Comment

Previous Post Next Post