(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଆସିକା :ମୋ ନିୟୁଜ ଓଡିଶା ଆସିକା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଈ ଆସିଥିବା ଭାରତୀୟ ଜନତା ପାର୍ଟିର ବିଧାୟକ ସରୋଜ କୁମାର ପାଢୀ ଙ୍କୁ ଆସିକା ଏନ୍ ଏ ସି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ଆସିକା ଏନ୍ ଏ ସି ଅଫିସର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ଓ ଆସିକା ଏନ୍ ଏ ସି ଅଫିସ ର ଅଧ୍ୟକ୍ଷା ବିନେତା ସ୍ଵାଇଁ ବିଧାୟକ ସରୋଜ କୁମାର ପାଢୀ ଙ୍କୁ ପୁଷ୍ପଗୁଚ୍ଛ ଦେଈ ସ୍ଵାଗତ ଜଣାଇଥିଲେ।ଏହି ଅବସରରେ ମଧୁବାବୁ ପେନସନ, ଭର୍ତ୍ତା,ବାଣ୍ଟିବାର ବ୍ୟବସ୍ଥା ହୋଇଥିଲା ୩୭ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା,୦୫ ଜଣଙ୍କୁ ବିଧବା ଭର୍ତ୍ତା,୦୪ ଜଣକୁ ଅବିବାହିତ ଭର୍ତ୍ତା ସହିତ ମୋଟ ୪୬ ଜଣଙ୍କୁ ବିଧାୟକଙ୍କ ଉପସ୍ଥିତି ରେ ଭର୍ତ୍ତା ବଣ୍ଟନ କରା ଯାଈ ଥିଲା ଆସିକା ଏନ୍ ଏ ସି ର କାର୍ଯ୍ୟକ୍ରମ ସୂଚନା କୁ ବହୁତ ଲୋକ ଜାଣି ନଥବାରୁ ବହୁତ ହିତାଧିକାରୀ କାର୍ଯ୍ୟକ୍ରମ ରୁ ବଞ୍ଚିତ ହୋଇଥିଲେ। ଆଗରୁ ଆସିକା ଏନ୍ ଏ ସି ରେ ଯେ କୈାଣସି କାର୍ଯ୍ୟକ୍ରମ ହେଲେ ଦୁଈ ଜଣ କାଉନସିଲର କୁ ଛାଡ଼ି ଦେଲେ ୧୬ ଜଣ କାଉନସିଲର ଉପସ୍ଥିତ ରହୁଥିଲେ।ଆଜି ତା'ର ଓଲଟା ଦେଖିବାକୁ ମିଳିଥିଲା ଅନେକ ହିତାଧିକାରୀ ଓ କାଉନସିଲର ଉପସ୍ଥିତ ଥିବାରୁ ବିଧାୟକ ସରୋଜ କୁମାର ପାଢୀ ଆସିକା ଏନ୍ ଏ ସି ଅଫିସ ର ଦାୟିତ୍ଵ ରେ ଥିବା ଅଧିକାରୀ ଙ୍କ ଉପରେ କ୍ଷୁବ୍ଧ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଅଙ୍କନବାଡି ଓ ସ୍ଵଚ୍ଛ ସାଥୀ କର୍ମୀମାନେ ସହଯୋଗ କରିଥିଲେ।


