ବେଲଘାଇ ଓ କହେଁଇ ନାଳ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରିବା ପାଇଁ କ୍ଷୁଦ୍ର ଜଳ ସେଚନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ଜରିଆରେ ସରକାରଙ୍କୁ ଶ୍ରୀକାନ୍ତ ପାଢ଼ୀ ଅନୁରୋଧ କଲେ

 

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଅବହେଳିତ ଗଞ୍ଜାମ ଜିଲ୍ଲାର ଉପେକ୍ଷିତ ଦିଗପହଣ୍ଡି ସ୍ଥିତ ସିଦ୍ଧେଶ୍ୱର, କୋଟିନଡ଼ା, ଗୋକର୍ଣପୁର,ବାସୁଦେବ ପୁର ଆଦି  ପଞ୍ଚାୟତର ଚାଷ ଜମି କୁ ଜଳ ସେଚନ ଲାଗି ବେଲଘାଇ ଡ୍ୟାମ/କହେଁଇ ନାଳ ବହୁ ବର୍ଷ ପରେ ମଧ୍ୟ ସମ୍ପୂର୍ଣ ହୋଇ ପାରିନାହିଁ। ଏଥି ପାଇଁ ଚାଷୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ଦାଦନ ପାଇଁ ଆଉ ଆତ୍ମହତ୍ୟା ପାଇଁ ପଛଉ ନାହାନ୍ତି।

ଉକ୍ତ ପ୍ରକଳ୍ପଟି ର ବିସ୍ତାର କରାଯାଇ ପ୍ରଭାବି ଭାବରେ କାର୍ଯ୍ୟକ୍ଷମ କରା ଗଲେ କେରାଣ୍ଡିମାଳ ପର୍ବତ ପାଦଦେଶେଟି ଜଳପୂର୍ଣ୍ଣ ହୋଇ ଡ୍ୟାମ କ୍ଷମତା ବୃଦ୍ଧି ହେଲେ ଚାଷୀ ମାନେ ଉପକୃତ ହେବା ସହ ପର୍ଯ୍ୟଟନ ବଢିବ ଏବଂ ଏହା ଦ୍ଵାରା କ୍ଷେତ୍ରର ଆର୍ଥିକ ବିକାଶ ହୋଇ ପାରିବ ବୋଲି ଶ୍ରୀକାନ୍ତ ପାଢ଼ୀ ପୂର୍ବରୁ ଆନ୍ଦୋଳନ ଜରିଆରେ ଦାବି ରଖିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଗତି ହୋଇ ପାରି ନାହିଁ ଲ l ଏହା ସହ 16 ଟି ଚେକ ଡ୍ୟାମର ପୂର୍ଣ୍ଣରୁଦ୍ଧାର ପାଇଁ ଭୁବନେଶ୍ୱର କ୍ଷୁଦ୍ର ଜଳ ବିଭାଗର ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ରଥଙ୍କ ଜରିଆରେ ସରକାରଙ୍କୁ ରାଜ୍ୟ ନିର୍ବାଚନ ସମିତି ର ସଦସ୍ୟ ଶ୍ରୀକାନ୍ତ ପାଢ଼ୀ ନିବେଦନ କରିଛନ୍ତି l ଶୀଘ୍ର ଏହି ସମସ୍ୟାର ସମାଧାନ ସହ ଅଂଚଳ ପରିଦର୍ଶନ ପାଇଁ ଦୃଢ ପ୍ରତିଶୃତି ଦେଇଛନ୍ତି ମୁଖ୍ୟଯନ୍ତ୍ରୀ l

Post a Comment

Previous Post Next Post