ବଡ଼ଗଡ଼ ହାଡୁ ସରାବ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ +୨ କଳା ଶ୍ରେଣୀ ଖୋଲିଲା

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ସୋରଡ଼ା ମୋ ନିୟୁଜ ଓଡିଶା : ସୋରଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ଗଡ଼ ସ୍ଥିତ ହାଡୁ ସରାବ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାସ୍ ହାର ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ଚିଠି ୧୪୦୨୨/୨୬.୦୬.୨୦୨୪ ଅନୁସାରେ ଚଳିତ ଶିକ୍ଷାବର୍ଷ ଠାରୁ ଯୁକ୍ତଦୁଇ କଳାଶ୍ରେଣୀ ଖୋଲିଛନ୍ତି । ସୂଚନାପ୍ରକାରେ, ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଦ୍ଭୁତ ପୂର୍ବ ସଫଳତା ପାଇ ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରେ ଅବସ୍ଥାପିତ ହୋଇସାରିଛନ୍ତି । ଚଳିତ ଶିକ୍ଷାବର୍ଷରୁ ଶିକ୍ଷାର୍ଥୀ ମାନେ ଅନଲାଇନ୍ ସାମସ୍.ଗଭ୍.ଇନ୍ ସାଇଟ୍ ରେ ଏକାଦଶ ଶ୍ରେଣୀ ପାଇଁ ଆବେଦନ କରିବା ସହ ୧୨୮ ଜଣ ଶିକ୍ଷାର୍ଥୀଙ୍କୁ ନେଇ ଶିକ୍ଷାଦାନ ଆରମ୍ଭ ହେବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରାଉତରାୟ ସୂଚନା ଦେଇଛନ୍ତି । ଏଠାରେ +୨ ଖୋଲିଲା ପରେ ଆଖପାଖ ୪-୫ ପଞ୍ଚାୟତର ଛାତ୍ରଛାତ୍ରୀ ମାନେ ଉପକୃତ ହେବେ । ଏହି ଖୁସିଖବରରେ ବିଦ୍ୟାଳୟର ବର୍ତ୍ତମାନର ଛାତ୍ରଛାତ୍ରୀ ଏବଂ ପୂର୍ବତନ ଶିକ୍ଷାର୍ଥୀ, ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ ଓ ଅଞ୍ଚଳବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି ।

Post a Comment

Previous Post Next Post