ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା: ବିଭିନ୍ନ ଶୈବପୀଠ ରେ ଭକ୍ତଙ୍କ ପ୍ରବଳ ଭିଡ଼

 


ବାଲିଗୁଡ଼ା,(ମୋ ନ୍ୟୁଜ ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ): ଆରମ୍ଭ ହୋଇଛି ମାସିକ ଶ୍ରାବଣୀ ଯାତ୍ରା। ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ବିଶ୍ବାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ । ସେଇ ବିଶ୍ବାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳିଭିଷେକ କରନ୍ତି ଏହି ପବିତ୍ର ମାସରେ । ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମନରେ ଅକୁଣ୍ଠ ଭକ୍ତିଭାବ ଓ ବିଶ୍ୱାସ ନେଇ ମହାଦେବଙ୍କ ନିକଟରେ ଜଳିଭିଷେକ କରିଛନ୍ତି କାଉଡ଼ିଆ । ରାଜ୍ୟର ବିଭିନ୍ନ ସ୍ଥାନ ଭଳି କନ୍ଧମାଳ ଜିଲ୍ଲା ବାଲିଗୁଡାରେ ମଧ୍ୟ ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ମହାଦେବଙ୍କ ନିକଟରେ ଜଳଲାଗି କରିବାପାଇଁ ଶତାଧିକ କାଉଡ଼ିଆଙ୍କ ଭିଡ଼ ଲାଗିଛି । ସକାଳୁ ସକାଳୁ ବାଲିଗୁଡା ଖଡ଼ଗନଦୀ ଘାଟରେ ଶତାଧିକ କାଉଡ଼ିଆଙ୍କର ଭିଡ଼ ଜମିଥିଲା । ନହୀରୁ ବାଲି ଆଣି ତୁଠରେ ବାଲୁକା ଲିଙ୍ଗ ସ୍ଥାପନା କରି ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବାପରେ ସଙ୍କଳ୍ପ ହୋଇ ଜଳନେଇ କାଉଡ଼ିଆ ମାନେ ବାହାରିଥିଲେ ଶିବାଳୟ ଅଭିମୁଖେ । ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ଶୈବପୀଠ ମଧ୍ୟରେ ଟାଉନର ରାମେଶ୍ୱର ମନ୍ଦିର, ବିରୁପାକ୍ଷ ମନ୍ଦିର, ଦଣ୍ଡପଦରର ଧବଳେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ମନ୍ଦିର, କ. ନୂଆଗାଁର ରାମେଶ୍ୱର ମନ୍ଦିର, ଚକାପାଦର ବିରୁପାକ୍ଷ ମନ୍ଦିର ଭଳି ବିଭିନ୍ନ ଶୈବ ପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାର ରେ ଶତାଧିକ କାଉଡ଼ିଆ ଙ୍କର ଭିଡ଼ସହ ଜଳ ଲାଗି କରିଥିବା ଦେଖିବାକୁ ମିଳିଛି । ପୂର୍ବରୁ ବାଲିଗୁଡା ଅଞ୍ଚଳରେ କମ୍ ଭକ୍ତ ଏହି ମାସିକ ଶ୍ରାବଣୀ ବ୍ରତ ପାଳୁଥିଲେ । କ୍ରମଶଃ ଭକ୍ତଙ୍କ ମନସ୍କାମନା ପୁରଣ ହେବାସହ ମନରେ ଅଗାଢ଼ ଭକ୍ତି ନେଇ ଧିରେଧିରେ ଏହି ଅଞ୍ଚଳରେ କାଉଡ଼ିଆଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ବାଲିଗୁଡା ସମେତ ଆଖପାଖ ଅଞ୍ଚଳର ହଜାର ହଜାର କାଉଡ଼ିଆ ବାଲିଗୁଡା ଖଡ଼ଗନଦୀ ସମେତ ବିଭିନ୍ନ ଘାଟରେ ଏକାଠି ହୋଇ ଘାଟରୁ ଜଳନେଇ ମହାଦେବଙ୍କ ନିକଟରେ ଜଳଲାଗି କରିବାପାଇଁ ବାହାରିଥାନ୍ତି । ପ୍ରଥମ ସୋମବାରରୁ ବାଲିଗୁଡାରେ କାଉଡ଼ିଆଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରାବଣ ମାସରେ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୂଣ୍ୟ ମିଳେ। ଏହି ବିଶ୍ବାସ ନେଇ ଦୁର ଦୁରାନ୍ତରୁ କାଉଡ଼ିଆ ଜଳନେଇ ମହାଦେବଙ୍କ ନିକଟରେ ଜଳଲାଗି କରିବାପାଇଁ ଶିବାଳୟ ଅଭିମୁଖେ ବାହାରିଥିଲେ।

Post a Comment

Previous Post Next Post