ବିଶ୍ବ ହିନ୍ଦୁ ପରିଷଦ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଗଜପତି   ମୋ ନିୟୁଜ ଓଡିଶା (୧୬/୬/୨୦୨୪): କାଶ୍ମୀରରେ ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଆତଙ୍କବାଦୀଙ୍କୁ କଠୋରରୁ କୋଠର ଦଣ୍ଡ ବିଧାନ କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ଶାଖା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟଯେ ଚଳିତ ମାସ ୯ ତାରିଖରେ ଜମ୍ମୁକାଶ୍ମୀର ଏକ ତୀର୍ଥଯାତ୍ରୀ ବସ୍ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସିପଡ଼ିଥିଲା। ଏଥିରେ ୧୦ଜଣ ତୀର୍ଥ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଗୁରୁତର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ଆହତ ହୋଇଛନ୍ତି. ଏହିଭଳି ଅମାନୁଷିକ ଓ ବର୍ବରତାପୂର୍ଣ କାର୍ଯ୍ୟକୁ ବିରୋଧ କରି ଗଜପତି ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ କାର୍ଯ୍ୟକାରୀ ସଭାପତି ଲୋକନାଥ ମିଶ୍ରଙ୍କ ନେତୃତ୍ବରେ ଏକ ଦଳ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ବେଳେ ନଗର ସଭାପତି କୌଳାସଚନ୍ଦ୍ର ପଟ୍ଟନାୟକ, ହରିମୋହନ ପଟ୍ଟନାୟକ, ସୌମ୍ୟରଞ୍ଜନ ଆଚାର୍ଯ୍ୟ, ରଞ୍ଜନ ଦାସ, ରବିନ କୁମାର ସାହୁକାର, ଚନ୍ଦ୍ର ଦାସ ଓ ନୃସିଂହାନନ୍ଦ ପଟ୍ଟନାୟକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ |

Post a Comment

Previous Post Next Post