ଗଜଗଜପତି ମୋ ନିୟୁଜ ଓଡିଶା (୨୫.୬.୨୦୨୪/ଗଜପତି ଜିଲ୍ଲା ଗୁମ୍ମା ଅନ୍ତର୍ଗତ ଗୁମ୍ମା ତହସିଲ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଯେହେତୁ ସାଧାରଣତ ନିର୍ବାଚନ ପୂର୍ବରୁ ଉକ୍ତ ତହସିଲଦାର ମହାଶୟ ଦେବିପ୍ରଚନ ସ୍ଵାଚତ ବ୍ୟକ୍ତି ନିର୍ବାଚନ ପୂର୍ବରୁ ତହସିଲଦାର ରୂପେ କାର୍ଯ୍ୟରତ ହୋଇ ଆସୁଛନ୍ତି। ଆଜି କୁ ଛାରୀ ମାସ ହେଲା ଜାତିଗତ, ବାସିନ୍ଦା,ଆୟଗତ ପ୍ରମାଣ, ଉତ୍ତରାଧିକାରୀ ପ୍ରମାଣ ପତ୍ର ଆବେଦନ କରିଥିବା ନଥି କାଗଜ ପତ୍ରକୁ ନାଚକ କରିଦେଉଛି। ଯାହା ଦ୍ଵାରା ଗୁମ୍ମା ବ୍ଲକର ଜନ ସାଧାରଣ ମାନସିକ ଓ ଆର୍ଥିକ କ୍ଷେତ୍ରରେ ବହୁତ ଅନ୍ତସନ୍ତ ହେଉଛନ୍ତି। ବିଶେଷତ୍ବ ଶିକ୍ଷା ଅଧ୍ୟୟନ କରିଥିବା ଛାତ୍ର, ଛାତ୍ରୀ ସେମାନଙ୍କର ଜାତିଗତ,ଆୟ, ପ୍ରମାଣ ପତ୍ରରେ ବାରମ୍ବାର ନାକଚ କରିଥିବା ଫଳରେ ବହୁ ଆବେଦନ କରୁଛନ୍ତି। ଯାହାକି କୁଜାସି,ନାମନଗଡ,ବୃଷଭ,ବାଇଝାଲ, ପରିଡ଼ା ଏହି ପରି ଦୂର ଦୂରଦୂରାନ୍ତରେ ଥିବା ଛାତ୍ର ଛାତ୍ରୀ ମାନେ ବାରମ୍ବାର ଆବେଦନ କରି ବିଫଳ ହେବା ଫଳରେ ଉକ୍ତ ତହସିଲଦାରଙ୍କ ମନ ମୂଖୀ କାର୍ଯ୍ୟକଳାପକୁ ଦେଖି ଏଠାକାର ସ୍ଥାନୀୟ ସର୍ବ ସାଧାରଣ ଓ ସ୍ଥାନୀୟ କେତେକ ବୁଦ୍ଧିଜୀବୀ ମାନେ ଭୋର ନିନ୍ଦା କରୁଛନ୍ତି।ଅତଏବ ପ୍ରକାଶ ଥାଉକି ଯେ ଉକ୍ତ ତହସିଲଦାରଙ୍କ ମନମୂଖୀ କାର୍ଯ୍ୟକଳାପକୁ ଶୁଣି ଆମ୍ଭେ ଗୁମ୍ମା ସାମ୍ବାଦିକ ସଂଘ ତରଫରୁ ପଚାରିବାରୁ କୈାଣସି ବିଷୟରେ ଉତ୍ତର ନ ରଖି ଅଫିସ୍ ଛାଡ଼ି ନିଜର ସରକାରୀ ବାସ ଗୃହ କୁ ଛାଲି ଗଲେ। ଏଣୁ ଉକ୍ତ ବିଷୟକୁ ନେଇ ଆସନ୍ତା ୨୭.୦୬.୨୦୨୪ ତାରିଖ ସମୟରେ ଗୁମ୍ମା ଅଞ୍ଚଳ ବାସି ତହସିଲ କାର୍ଯ୍ୟାଳୟ ଘେରାଉ କରିବା ନିମନ୍ତେ ଲିଖିତ ଥାନାରେ ଦିଆଯାଇଛି। ଗଜପତି ଜିଲାରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ
Tags:
ମୁଖ୍ୟ ଖବର