ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଆର,ଉଦୟଗିରି କାନକଟା ଘାଟିରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଦୁଇ ଜଣ ହେଲେ ପାତ୍ରପୁର ବ୍ଳକ ଖାରିଆଗୁଡା ପଞ୍ଚାୟତର ଚାଳକ ସୁଶାନ୍ତ ସାହୁ ଏବଂ କୁରେଶ ବଡତ୍ୟା ବୋଲି ଜଣା ପଡିଛି। ଆହତ ଜଣକ ସେହି ଗ୍ରାମର ପ୍ରମୋଦ କୁମାର ସାହୁ ଅଟନ୍ତି। ଗଜପତି ଜିଲ୍ଲା ରାମଗିରି ଅଞ୍ଚଳରୁ ଏକ ପିକ୍ଆପ ଗାଡିରେ ଆମ୍ବା ବୋଝେଇ କରି ଫେରୁଥିବା ବେଳେ କାନକଟା ଘାଟିରେ ଭାରସାମ୍ୟ ହରାଇ ଗାଡିଟି ଏକ ଗାତ ମଧ୍ୟକୁ ଖସି ପଡି ଥିଲା । ଖବର ପାଇଁ ସ୍ଥାନୀୟ ଜଣ ସାଧାରଣ ଓ ଖାରିଆଗୁଡା ଫାଣ୍ଡି ଅଧିକାରୀ ସୁରେଶ ଚନ୍ଦ୍ର ମୁର୍ମୁ ସଦଳେବଳେ ପହଞ୍ଚି ଜେସିବି ଦ୍ବାରା ଗାଡି ତଳେ ଚାପହୋଇ ରହିଥିବା ଦୁଇ ଜଣଙ୍କୁ ଉଦ୍ଧାରକରି ଥିବା ଜଣାପଡିଛି । ପୁଲିସ ଦୁହିଁଙ୍କ ମୃତ ଦେହ ଜବତ କରିବ୍ୟବଚ୍ଚେଦ ପାଇଁ ପଠେଇଛି । ଯାହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ପାଠ ଯାଇଛି ।
Tags:
ମୁଖ୍ୟ ଖବର


