ମୋ ନିୟୁଜ ଓଡିଶା
ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡିଲେ ବିଜେଡି ନେତା ତଥା ପୂର୍ବତନ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ ।ଭୁବନେଶ୍ବର ଠାରେ ଗତକାଲି ଏଭଳି ଘଟଣା ଘଟିଥିବା ବେଳେ ଏନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତ ମହିଳା ସାମ୍ବାଦିକ । ରଘୁନନ୍ଦନଙ୍କ କ୍ୱାର୍ଟର୍ସକୁ ଖବର ସଂଗ୍ରହ ପାଇଁ ଯାଇଥିଲେ ମହିଳା ସାମ୍ବାଦିକା । ଘଟଣାରେ ଆଜି ଅର୍ଥାତ୍ ବୁଧବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ବହୁ ସାମ୍ବାଦିକ। ଏସ୍ ୟୁ ଜେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ରଘୁନନ୍ଦନକଂ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
Tags:
ମୁଖ୍ୟ ଖବର