ଆରୟାନ ଏକାଡେମି ତରଫରୁ ସୁନ୍ଦରୀ ପ୍ରତିଯୋଗିତା ଓ ସାଂସ୍କୃତିକ ଉତ୍ସବ

 


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

 ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଆରୟନ ଏକାଡେମୀ ପକ୍ଷରୁ  ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ଓଡିଶା କଲଚରାଲ ଟ୍ରାଡିସନାଲ ଫେଷ୍ଟ ସୋ ରେ ବିଭିନ୍ନ ପ୍ରତିଯୋଗି ମାନଙ୍କୁ  ପୁରସ୍କୃତ କରାଯାଇଥିଲା । ଏହା ସହ ସୁନ୍ଦରୀ ପ୍ରତିଯୋଗିତାର ରାଜ୍ୟ ର  ଯେଉଁମାନେ ଭାଗ ନେଇଥିଲେ ସେମାନଙ୍କୁ ମଧ୍ଯ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ରୀତା ମହାରଣା ମିସେସ ଓଡ଼ିଶା ବିଜେତା, ସୁଭ୍ରା ପ୍ରଧାନ ମିସ ଫ୍ୟାସନ ଆକୋନିକ ଅଫ ଓଡ଼ିଶା ବିଜେତା , , କୁମୁଦିନୀ ଭୂୟାଁ ମିସେସ ଫ୍ୟାସନ ଆକୋନିକ ଅଫ ଓଡ଼ିଶା ବିଜେତା , ଏବଂ ଅନଂସିକା ମହାରଣା କିଡସ ବ୍ରାଣ୍ଡ ଆମ୍ବାସେଡର ଅଫ ଓଡ଼ିଶା ବିଜେତା ହେବା ସହ ଅନ୍ୟ ପ୍ରତିଯୋଗିତା ମାନେ ଫାଷ୍ଟ ରନ୍ ଅଫ ସେକେଣ୍ଡ ରନ୍ ଅଫ ମଧ୍ୟ ହୋଇ ପୁରସ୍କୃତ ହୋଇଥିଲେ। ମୁଖ୍ୟ ଅତିଥି ମେୟର ସଂଘମିତ୍ରା ଦଳେଇ , ସମ୍ମାନୀତ ଅତିଥି ଭାବେ ସମାଜସେବୀ ସୁସ୍ମିତା ଶର୍ମା, ବ୍ୟବସାହି କେ .ରାଜ ସେନାପତି , ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦିପ କୁମାର୍ ସାହୁ, ସମାଜସେବୀ ଅଜିତ କୁମାର୍ ପାତ୍ର ଙ୍କ ସହ ବହୁ ଅତିଥି ଯୋଗ ଦେଇଥିଲେ।     ଏପରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଏକାଡେମୀର ମୁଖ୍ୟ ପରିଚାଳକା ମିନା ଦାସ ଓ ଆରିୟନ ଦାସ ଙ୍କ ତତ୍ତ୍ଵାବଧାନରେ ଆୟୋଜନ ହୋଇଥିଲା .। କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ ପ୍ରଦାନ କରାଯାଇଥିଲା ।  ଧନେଶ୍ଵର ଦାସଙ୍କ ସହ ଭବାନୀ ପ୍ରସାଦ ସାହୁ,ମମିତା ଦେହୁରୀ , ରିତା ମହାରଣା,ସୁରେଶ ମହାରଣା ,ପିଣ୍ଟୁ ଦାସ ପ୍ରମୁଖ ଏଥିରେ ସହଯୋଗ କରିଥିଲେ , ସଂଯୋଜନାରେ ସୁପ୍ରଜୀତ୍ ସାହୁ ସହଯୋଗ କରି ଥିଲେ  ।  ବହୁ କଳାକାର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ।

Post a Comment

Previous Post Next Post