ଲକ୍ଷ୍ମି ନାରାୟଣ ସ୍ନାତକ ମହାିବିଦ୍ୟାଳୟରେ "ନିଶାମୁକ୍ତ ଭାରତ" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ .

 


କୋଦଳା:ମୋ ନିୟୁଜ ଓଡିଶା ବୁଧବାର ଦିନ ଲକ୍ଷ୍ମୀନାରାୟଣ ସ୍ନାତକ ମହବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ନିର୍ଦ୍ଦେଶିତ ଆନ୍ତର୍ଜାତିକ ନିଶାମୁକ୍ତ ଦିବସ ପାଳନ କରାଯାଇଅଛି। ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଙ୍କ ଅଧକ୍ଷତାରେ ମଞ୍ଚ ରେ ଉପସ୍ଥିତି ଥିବା  ପ୍ରଶାସନିକ ଅଧିକାରୀ ଶ୍ରୀମତୀ ରଞ୍ଜୁବାଲା ନନ୍ଦ, ଏକାଡେମୀକ ଅଧିକାରି ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର କାର୍ଯକ୍ରମ କୁ ଉଦ୍ଘାଟନ କରିଥିଲେ। ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ତରଫରୁ କାର୍ଯକ୍ରମ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପଣ୍ଡା, ଶ୍ରୀମତି ସାଗରିକା ଦାସ କାର୍ଯକ୍ରମ ସଂଜାଯୋନ ଦାୟିତ୍ଵ ଗ୍ରହଣ କରିଥିଲେ।ମହାବିଦ୍ୟାଳୟର  ସମସ୍ତ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତ ରେ ନିସାନିବାରଣ ସମ୍ପର୍କୀୟ ବିଷୟ ରେ ଆଲୋଚନା କରାଯାଇଥିଲା। ଏଥିରେ ଇତିହାସ ବିଭାଗୀୟ ଅଧ୍ୟାପକ ଶ୍ରୀମାନ ସପନ କୁମାର ଦାସ, ଗୃହଲକ୍ଷ୍ମୀ ସାହୁ , ଓଡ଼ିଆ ବିଭାଗୀୟ ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନା ରାଣୀ ସାହୁ,ଯୁବ ରେଡକ୍ରସ୍ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ରତ୍ନାକର ପ୍ରଧାନ ଯୋଗ ଦେଇ କାର୍ଯକ୍ରମ କୁ ସଫଳ ରୂପାୟନ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଙ୍କୁ ନିଶାମୁକ୍ତ ସମ୍ପର୍କେ ଶପଥ ପାଠ କରାଇଥିଲେ। ପରିଶେଷରେ ଡକ୍ଟର ପ୍ରଦୀପ କୁମାର ପଣ୍ଡା ଙ୍କ ଦ୍ୱାରା ଧନ୍ୟବଦ ଅର୍ପଣ କରାଯାଇ ସଭାସଙ୍ଗ କରାଗଲା।

Post a Comment

Previous Post Next Post