ବ୍ରହ୍ମପୁର ଟାଉନ୍ ହଲ୍ ଠାରେ ବିଜେପିର କଳା ଦିବସ ପାଳନ, ଯୋଗଦେଲେ ବ୍ରହ୍ମପୁର ବିଧାୟକଙ୍କ ସହ ବହୁ କର୍ମକର୍ତ୍ତା

 

ମୋ ନିୟୁଜ ଓଡିଶା 

ଜୁନ ୨୫ ତାରିଖ ଦିନ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏଥିପାଇଁ ଗଣତନ୍ତ୍ର ଏବଂ ଭାରତରେ ସମ୍ବିଧାନ କଂଗ୍ରେସ ଶାସନ ସମୟରେ ଅଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଥିଲା ବୋଲି ବିଜେପି ଅଭିଯୋଗ କରିଛି ।ଯାହାକୁ ନେଇ ଆଜି ଅର୍ଥାତ୍ ମଂଗଳବାର ସଂଧ୍ୟା ୬ ଘଣ୍ଟା ୩୦ ମିନିଟ ସମୟରେ ବିଜେପି ପକ୍ଷରୁ ବ୍ରହ୍ମପୁର ସ୍ଥିତ ଟାଉନ୍ ହଲ୍ ଠାରେ କଳା ଦିବସ ପାଳନ କରାଯାଇଛି। 

ବିଜେପିର ଅଭିଯୋଗ ଅନୁଯାୟୀ, ଏହି ଦିନ କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ରର ହତ୍ୟା କରିଥିଲା । ଏଥିସହ ସେମାନେ ବିରୋଧୀ ଦଳଙ୍କୁ ଜେଲରେ ଭର୍ତ୍ତି କରିଥିଲେ ଏବଂ ୧୯ ମାସ ଧରି ତାନାଶାହି ଶାସନ ଚଳାଇଥିଲେ । ଇନ୍ଦିରା ଗାନ୍ଧୀ କ୍ଷମତା ଖସିବା ଭୟରେ ଏହି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ନିଜର ସ୍ୱାର୍ଥ ଏବଂ ପଦବୀର ସୁରକ୍ଷା ପାଇଁ ସେ ଏପରି କରିଥିଲେ । ଏହି କାରଣରୁ ଜୁନ ୨୫କୁ କଳା ଦିବସ ରୂପେ ପାଳନ କରୁଛି ବିଜେପି ।ଏଥିରେ ବିଜେପି ଜିଲ୍ଲା ସଭାପତି ଡାକ୍ତର ସୁବାସ  ସାହୁ, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର୍, ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନ ସାମନ୍ତରାୟ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post