ମୋ ନିୟୁଜ ଓଡିଶା ବେଗୁନିଆପଡା ଏ ଵି ଡି ଓ ନିରଞ୍ଜନ ବେହେରାଙ୍କ ଅଧ୍ଯକ୍ଷତାରେ ବ୍ଲକ ପରିସରରେ ବୁଧବାର ପୂର୍ବାହ୍ନ ୧୧ ଘଣ୍ଟ ସମୟରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ଜଳବାୟୁ ପରିବର୍ତ୍ତନ ହେବା ଦ୍ବାରା ବିଭିନ୍ନ ବିପତ୍ତି ଆସୁଛି। ଏହି ସମୟରେ ଗୋଷ୍ଠୀଗୁଡିକୁ ସାମିଲ କରି ବିପର୍ଯ୍ୟୟର ମୁକାବିଲା ଯୋଜନା ପ୍ରସ୍ତୁତ କଲେ ବିପତ୍ତିରୁ ମୁକାବିଲା କରିବା ସମ୍ଭବ ହେବ। ଲୋକଙ୍କ ଜୀବନ ସୁରକ୍ଷା ଦିଗରେ ସଚେତନତା ହିଁ ମୁଖ୍ୟ ମାଧ୍ୟମ ହୋଇଛି। ବିପତ୍ତି ଆସିବା ପୂର୍ବରୁ ଜନ ଜୀବନକୁ ସୁରକ୍ଷା ନିମନ୍ତେ ଆବଶ୍ୟକ ହେଉଥିବା ସାମଗ୍ରୀ ଗଚ୍ଛିତ ରଖିବା ସହିତ ପୂର୍ବରୁ ସଜାଗ ରହିଲେ ତାହାକୁ ମୁକାବିଲା କରିବା ସହଜ ହୋଇପାରିବ। ଏହା ପରେ ମକ ଡ୍ରିଲ କରାଯାଇଛି ବିପତ୍ତି ସମୟରେ କିଭଳି ଧର୍ଯ୍ୟର ସହିତ ମୁକାବିଲା କରିବା ସହ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିଲା । ଏଥିରେ କୋଦଳା ମୁଖ୍ୟ ଆଗ୍ନିକ ଜିତେନ୍ଦ୍ର କୁମାର ନାୟକ, ଆଗ୍ନିକ ସିଦ୍ଧାନ୍ତ କୁମାର କର, ଅଭିନାଶ ସେଠି ଓ ଜିପିଡିଓ ଅଶୋକ କୁମାର ଜେନା ଉପସ୍ଥିତ ଥିଲେ ।
Tags:
ଆଞ୍ଚଳିକ