ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା କ୍ୟାବିନେଟ ପାହ୍ୟା ମନ୍ତ୍ରୀ ମାନ୍ୟତା ପାଇଥିବାରୁ ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ଶୁଭେଚ୍ଛା ଜଣାଇଲା

  


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର : ମୋ ନିୟୁଜ ଓଡିଶା ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନାରେ ଥିବା ନବୀନ ପଟ୍ଟନାୟକ ନେତୃତ୍ଵାଧୀନ ବିଜେଡି ସରକାରକୁ ହଟେଇ ଆଜି ମୋହନ ମାଝୀଙ୍କ ନେତୃତ୍ଵରେ ୧୬ ଜଣିଆ ମନ୍ତ୍ରୀମଣ୍ଡଳର ବିଜେପି ସରକାର ଶପଥ ଗ୍ରହଣ କରିଛି। ବିଜେପି ସରକାର ଦାୟିତ୍ଵ ବହନ ସହ ରାଜ୍ୟରେ ରାଜନୈତିକ ପାଣିପାଗ ଓ ଜୀବନରେ ଏକ ନୂତନ ଯୁଗ ଓ ସକାଳ ଆରମ୍ଭ ହୋଇଛି। ଏହି ମନ୍ତ୍ରୀମଣ୍ଡଳରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ଆସନରୁ ନିର୍ବାଚିତ ବିଧାୟକ ବିଭୂତି ଭୂଷଣ ଜେନାଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯାଇ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ବନାଯାଇଥିବାରୁ ବ୍ରହ୍ମପୁର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଗୋପାଳପୁର ବିଧାନସଭା ଆସନ ଏକ ଗୁରୁତ୍ତ୍ୱପୂର୍ଣ ଓ ମର୍ଯ୍ୟାଦାଜନକ ଆସନ। ଏହି ନିର୍ବାଚନ ମଣ୍ଡଳୀଟି ଏକ ବୃହତ୍ ନିର୍ବାଚନ ମଣ୍ଡଳୀ ଓ ଏହା ବିବିଧ ସମସ୍ୟାରେ ଜର୍ଜରିତ। ଏହିଁ ନିର୍ବାଚନ ମଣ୍ଡଳୀ ଅଧୀନରେ ଏକ ବନ୍ଦର, ବିସ୍ତୃତ ସମୁଦ୍ର ତଟ, ଏୟାରଷ୍ଟ୍ରିପ, ୟୁନିଭରର୍ସିଟି ଓ ଅନେକ ଖଣିଜ ସମ୍ପଦ, କିଆ ଫୁଲ, ମତ୍ସ୍ୟ ସଂପଦ ଥାଇ ସୁଦ୍ଧା ଏବଂ ପର୍ଯ୍ୟଟନ ଅର୍ଥନୀତିର ବିକାଶ ମଡେଲର ବିପୁଳ ସମ୍ଭାବନା ଭରପୁର ଥିବା ସ୍ୱତ୍ତେ ଏଠାରେ ଉପଯୁକ୍ତ ନେତୃତ୍ଵ ଓ କାର୍ଯ୍ୟ ଖସଡ଼ାର ଅଭାବରୁ ଏହି ଅଞ୍ଚଳର ଲୋକମାନଙ୍କ ନିଯୁକ୍ତି ଓ ରୋଜଗାର  ମାଧ୍ୟମରେ ସାମାଜିକ ଓ ଆର୍ଥିକ ବିକାଶ ଓ ଅଭିବୃଦ୍ଧି ଯେଉଁ ଭଳି ହେବା କଥା ସେହି ଅନୁଯାୟୀ ଆଶାନୁରୂପ ହୋଇପାରି ନାହିଁ । ସେହିଭଳି ବ୍ରହ୍ମପୁର ମହାନଗର ନିଗମରେ ସହର ତଳି ଅଞ୍ଚଳକୁ ସାମିଲ କରି ବ୍ରହ୍ମପୁର ମହାନଗର ନିଗମକୁ ଅନ୍ୟୁନ ୩୦୦ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ବୃହତ୍ତ ମହାନଗର ନିଗମ କରିବା ନିମନ୍ତେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୀର୍ଘ ବର୍ଷ ହେଲା ଯେଉଁ ଉଦ୍ୟମ ଚାଲିଚି ସେଥି ମଧ୍ୟରୁ ଅଧିକାଂଶ ସହର ତଳି ଅଞ୍ଚଳ ଗୋପାଳପୁର ବିଧାନସଭା ଆସନ ଅନ୍ତର୍ଗତ। ତେଣୁ ଏହାର ବ୍ୟାପକତା ଓ ଆକଳନ ଦୃଷ୍ଟିରୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭୂତି ଭୂଷଣ ଜେନାଙ୍କୁ ମନ୍ତ୍ରୀ ମଣ୍ଡଳୀରେ ଏକ ଗୁରୁତ୍ତ୍ୱପୂର୍ଣ ସ୍ଥାନ ପ୍ରଦାନ କରିବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଜେପି ରାଜ୍ୟ ସଭାପତି, ସଂଗଠନ ସମ୍ପାଦକ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଥିଲା। କାରଣ ଏଠାରେ ଯେଉଁ ବଡ ଆକାରର ଭିତ୍ତିଭୂମି ପ୍ରକଳ୍ପ, ନିର୍ମାଣ ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା ଆଧାରିତ ଶିଳ୍ପ ଗଢି ଉଠିବାର ସୁଯୋଗ ରହିଛି ତାହାକୁ ଶ୍ରୀ ଜେନା ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେ ଆଗେଇ ନେଇପାରିବେ ବୋଲି ଏଠାକାର ଜନସାଧାରଣ ଆଶା କରୁଛନ୍ତି। ସେଭଳି ପୋଲସରା ବିଧାନସଭା ଆସନରୁ ନବ ନିର୍ବାଚିତ ବିଧାୟକ ଗୋକୁଳାଳନ୍ଦ ମଲ୍ଲିକକୁ ସ୍ଵାଧୀନ ରାଷ୍ଟ୍ର ମନ୍ତ୍ରୀ କରାଯାଇଥିବାରୁ ତାଙ୍କୁ ମଧ୍ୟ କମିଟି ତରଫରୁ ଶୁଭେଚ୍ଛା ଜଣାଯାଇଛି। କିନ୍ତୁ ବିଜେଡି ନେତୃତ୍ଵାଧୀନ ପୂର୍ବ ସରକାର ଅମଳରେ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଆହୁରି ତିନୋଟି ମନ୍ତ୍ରୀ ପଦ ଏହି ଜିଲ୍ଲା ଭାଗରେ ପଡ଼ିଥିଲା। କିନ୍ତୁ ଏଥର ଦୁଇଟି ମନ୍ତ୍ରୀ ପଦ ମିଳିଛି। କିନ୍ତୁ ମନ୍ତ୍ରୀମଣ୍ଡଳ ରେ ଆହୁରି ଛଟି ମନ୍ତ୍ରପଦ ଖାଲି ଅଛି ଓ ଭବିଷ୍ୟତରେ ପୂରଣ ହେବାର ସମ୍ଭାବନା ଥିବାରୁ ପୂର୍ବଭଳି ଜିଲ୍ଲାକୁ ଆଉ ଗୋଟିଏ ମନ୍ତ୍ରୀ ପଦ ବିଶେଷ କରି ଏଥର ବ୍ରହ୍ମପୁର ଭାଗରେ ପଡ଼ିବା ଆବଶ୍ୟକ ଏବଂ ଏହାକୁ ବିଜେପି ଶୀର୍ଷ ନେତୃମଣ୍ଡଳୀ ବିଚାରକୁ ନେବେ ବୋଲି କମିଟି ଆଶା କରୁଛି।

Post a Comment

Previous Post Next Post