ବଜ୍ରାଘାତରେ ୫ଟି ଛେଳି ମୃତ୍ୟ ।

 ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ଆଜି ଗଜପତି ଜିଲ୍ଲା  ନୁଆଗଡ ବ୍ଲକ  ଅଂଚଳରେ ଅଚାନକ କାଳବୈଶାଖୀ ମାଡ଼ି ଆସିଥିଲା । ବର୍ଷା ପବନ ସହ ବିଜୁଳି ଘଡଘଡି ମଧ୍ୟ ହୋଇଥିଲା , ଫଳରେ ନୁଆଗଡ  ବ୍ଲକ ଟାଙ୍ଗିଲି ପଞ୍ଚାୟତର ବାଘସିଂ  ଗ୍ରାମର ଭୀମ ମଣ୍ଡଳ  ନାମକ ଏକ ବ୍ୟକ୍ତିଙ୍କ ୫ଟି ଛେଳିକୁ ଘଡଘଡି ମାରିଥିଲା । ସୂଚନା ପ୍ରକାରେ ଛେଳିଟି ଚରିବା ପାଇଁ ଜଙ୍ଗଲ କୁ ଯାଇଥିଲା ଏବଂ ଅପରାହ୍ନରେ ଫେରିବା ସମୟରେ ଏକ ଗଛମୂଳରେ ଛେଳିକୁ ଘଡଘଡିମାରିଥିଲା ଯାହାର ଫଳରେ ଘଟଣା ସ୍ଥଳରେ ହିଁ ଛେଳିର  ମୃତ୍ୟୁ ହୋଇଥିଲା । ତେବେ ଭୀମ ମଣ୍ଡଳ  ଜଣେ ଗରିବ ଶ୍ରେଣୀର  ଚାଷୀ ହୋଇଥିବାରୁ  ସରକାରୀ କ୍ଷେତ୍ରରେ କିଛି ସହାୟତା ଓ କ୍ଷତିପୂରଣ ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ସ୍ଥାନୀୟ ସରପଞ୍ଚ ବାରମ୍ବାର ପଶୁ ଅଧିକାରୀ ଅନୁରୋଧ ପରେ ଗ୍ରାମକୁ   ଅଶୁ ଅଧିକାରୀ ଆସି ମୃତ୍ୟୁ ୫ଟି ଛେଳିର ପୋଷ୍ଟମୋଟାମ କରିବା ସହ ସରକାରଙ୍କ ନିୟମ ପ୍ରକାରେ ଛେଳି ମଳିକଙ୍କୁ କ୍ଷେତି ପୁରଣ ଯୋଗାଇଦିଯିବ ବୋଲି ଆସୁଆଶନା ଦେଇଥିଲେ ।

Post a Comment

Previous Post Next Post