ମୁଖ୍ୟରାସ୍ତା ଉପରେ ବିଦ୍ୟୁତଖୁଣ୍ଟ ଦେଖି ଚକିତ ହେଲେ ଦିଗପହଣ୍ଡିର ନବନିର୍ବାଚିତ ବିଧାୟକ

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି  ବ୍ଲକ ମେନ ରୋଡ଼ ମୁଖ୍ୟରାସ୍ତା ଉପରେ ବିଦ୍ୟୁତଖୁଣ୍ଟ ଦେଖି ଚକିତ ହେଲେ ଦିଗପହଣ୍ଡିର ନବନିର୍ବାଚିତ ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଅଧିକ ପଢନ୍ତୁ ଗଞ୍ଜାମ: ରାସ୍ତାକୁ ପିଚୁ ପକାଇ କରାଯାଇଛି ଚକାଚକ୍‌ । ହେଲେ ମୁଖ୍ୟରାସ୍ତା ଉପରେ ରହିଯାଇଛି ବିଦ୍ୟୁତ ଖୁଣ୍ଟ । କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ । ଏହାକୁ ଦେଖି ଏକପ୍ରକାର ତାଜୁବ ହୋଇପଡିଲେ ଖୋଦ୍ ନବନିର୍ବାଚିତ ବିଜେପି ବିଧାୟକ ଓ ତାଙ୍କ ସମର୍ଥକ । ଏହା ରାଜ୍ୟର କୌଣସି ଦୁର୍ଗମ ଅଞ୍ଚଳ କିମ୍ୱା ମାଓ ଇଲାକା ନୁହେଁ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚାଷା ନିମଖଣ୍ଡି ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଏକ ଦାୟିତ୍ୱହୀନ କାର୍ଯ୍ୟ ।

ଚଳିତ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ଏଠାକାର ନବନିର୍ବାଚିତ ବିଧାୟକ ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର କୌଣସି କାର୍ଯ୍ୟରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚାଷା ନିମଖଣ୍ଡି ପଞ୍ଚାୟତର ସିନ୍ଧବାଠାରୁ ପଦ୍ମପୁର ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ରାସ୍ତା ମଧ୍ୟରେ ବିଦ୍ୟୁତ ଖୁଣ୍ଟି ଦେଖିବାକୁ ଚକିତ ହୋଇପଡ଼ିଥିଲେ । ଏହାପରେ ନିଜର ଗଡ଼ିରୁ ଓହ୍ଲାଇ ପଡିବା ସହିତ ସେଠାକାର ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବା ସହିତ କିଏ ଏବଂ କେଉଁ ପରିସ୍ଥିତିରେ ଏପରି ସାଧାରଣ ଜନତାଙ୍କ ମୁଖ୍ୟରାସ୍ତା ମଧ୍ୟରେ ଏପରି ବିଦ୍ୟୁତ ଖୁଣ୍ଟ ରଖିଛି, ତାହାକୁ ଦେଖି ଏକପ୍ରକାର ତାଜୁବ ହୋଇପଡିଥିଲେ ।

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏବଂ ବିଜେପିର ବରିଷ୍ଠ ନେତା ବିପିନ ପ୍ରଧାନଙ୍କ ଉପସ୍ଥିତିରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ଦିନ ହଜାର ହଜାର ବ୍ୟକ୍ତି ଏହି ରାସ୍ତାରେ ଯାତାୟାତ କରୁଥିବାବେଳେ ଏଭଳି ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ ରଖାଯିବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଏହି ଘଟଣା ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଓ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ରାସ୍ତା ନିର୍ମାଣ ସମୟରେ ତାହାକୁ କିପରି ବାହାର କରାଯାଇ ସ୍ଥାନାନ୍ତରିତ କରାଗଲା ନାହିଁ, ଏହା ରାସ୍ତା ନିର୍ମାଣ କରିଥିବା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ନାଁ ବିଦ୍ୟୁତ ବିଭାଗର ଖାମଖିଆଲ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଏବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ମୁଖ୍ୟରାସ୍ତାରୁ ବିଦ୍ୟୁତ ଖୁଣ୍ଟକୁ କାଢୁଛି ।

Post a Comment

Previous Post Next Post