ଆର,ଉଦୟଗିରି-ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ ତା -14,15.06.2024 ରିଖରେ ଶବର ସମାଜ କଲ୍ୟାଣ ସମିତି ଶ୍ରୀରାମପୁର ( ଶବରପଲି ) ଗଜପତି ଆନୁକୂଲ୍ୟରେ କାକିଲି ଠାରେ ସୁଗାଡ଼ କେନ୍ଦ୍ର ସ୍ତରୀୟ ତୃତୀୟ ଛାତ୍ର ଛାତ୍ରୀ ସମ୍ମିଳନୀ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି | ଏ ଅବସରରେ ସୁଗାଡ଼ କେନ୍ଦ୍ରର 16 ଖଣ୍ଡ ଗ୍ରାମର ପ୍ରାୟ 300 ରୁ 400 ଆଦିବାସୀ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ | ନୃତ୍ୟ ସଂଗୀତ ବକ୍ତୃତାରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ | ତା 14.06.24 ରିଖରେ ଉଦ୍ଘାଟନୀ ଉତ୍ସବରେ ଶବର ସମାଜ କଲ୍ୟାଣ ସମିତିର କୋଷାଧକ୍ଷ ଶ୍ରୀଯୁକ୍ତ ନବୀନ ରଇତ ମୁଖ୍ୟ ଅତିଥି କଙ୍କଡଗୁଡା କୋଷାଧକ୍ଷ ଶ୍ରୀଯୁକ୍ତ ଜୟରାମ ରଇତ ତୁବୁରୁବ| ମଣ୍ଡଳ ସଭାପତି ଶ୍ରୀ ପ୍ରକାଶ ବଡରଇତ ମୁଖ୍ୟ ବକ୍ତା ରୂପେ କେନ୍ଦ୍ର ସଭାପତି ଶ୍ରୀ ନରତୁମ୍ଭ ରଇତ ଯୋଗ ଦେଇଥିବା ବେଳେ ତା 15. 06.24 ରିଖ ଉଦଯାପନୀ ସମାରୋହରେ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଗଜପତି ଜିଲ୍ଲା ଶବର ସମାଜ ସେବକ ଶ୍ରୀ ରଣାହାତି ନାୟକ ମୁଖ୍ୟ ବକ୍ତା ରୂପେ ତୁବୁରୁବ ମଣ୍ଡଳୀ ସଭାପତି ଶ୍ରୀ ପ୍ରକାଶ ବଡରଇତ କେନ୍ଦ୍ର ସଭାପତି ଶ୍ରୀ ନରଂତୁମ୍ବ ରଇତ ସନମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଛାତ୍ର ସଭାପତି ଶ୍ରୀ ସରୋଜ କୁମାର ବଡରଇତ ସମ୍ପାଦକ ଶ୍ରୀ ରଞ୍ଜନ ରଇତ ଓ ଯୁବ ବନ୍ଧୁ ମାନେ ପରିଚାଳନା କରିଥିବା ବେଳେ ସୁଗାଡ଼ କେନ୍ଦ୍ର ଉପଦେଷ୍ଟା ଶ୍ରୀ ନୀଳକଣ୍ଠ ରଇତ ଗୀତା ପାଠ ସହ ମନ୍ତ୍ରଉଚ୍ଚାରଣ କରିଥିଲେ କେନ୍ଦ୍ର ସମ୍ପାଦକ ଶ୍ରୀ ସୁରେଶ କୁମାର ରଇତ ମଞ୍ଚ ପରିଚାଳନା କରିଥିଲେ | କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା |
Tags:
ଆଞ୍ଚଳିକ


