ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଲା, ନିମ୍ନ ମାନର କାମ ଯୋଗୁଁ ଭୁଷୁଡ଼ି ପଡ଼ିଲା ଗାର୍ଡ ଓ୍ବାଲ୍

ମୋ ନିୟୁଜ ଓଡିଶା ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା। ପାଣିରେ ପଡିଲା ଲକ୍ଷ ଲକ୍ଷ ଟଙ୍କା। ନିମ୍ନ ମାନର କାମ ଯୋଗୁଁ ୨ ବର୍ଷ ନପୂରୁଣୁ ଭାଗିଂ ଗଲା ବିଦ୍ଯାଳୟ ପାଚେରୀ। ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ବେଲପଡା ବିଦ୍ଯାଳୟ ପାଚେରୀ ଭଙ୍ଗାକୁ ନେଇ ଏବେ ଅସନ୍ତୋଷ ଜୋର୍ ଧରିଛି। ନିମ୍ନ ମାନର କାମ ଯୋଗୁଁ ଗୋଟିଏ ରାତିର ବର୍ଷାରେ ଭୁଷୁଡ଼ି ଯାଇଚି ପାଚେରୀ। ସରକାରଙ୍କ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ସୂଚନା ଅନୁସାରେ କୋଦଳା ଏନଏସି ପକ୍ଷରୁ ଇନାମ ବେଲପଡା ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ପାଚେରୀ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୪ ଲକ୍ଷ ଟଙ୍କା ବ୍ଯୟରେ ଉକ୍ତ କାର୍ଯ୍ଯ ହୋଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସାଧାରଣ କାଳବୈଶାଖୀ ବର୍ଷାରେ ପାଚେରୀ ଉପୁଡି ଯିବା ସହ ରାସ୍ତା ମଧ୍ୟ ଧସେଇ ଯାଇଛି। ତେବେ କୋଦଳା ଏନଏସିର ଅସାଧୁ ଯନ୍ତ୍ରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ଯକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। କେବଳ ଗୋଟିଏ ନୂହେଁ, ଉକ୍ତ ଏନଏସିରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯରେ ମାତ୍ରାଧିକ ପିସି କାରବାର ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡୁଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାରେ ତଦନ୍ତ ସହ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି ହେଉଛି। ସେପଟେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି କୋଦଳା ଏନଏସି ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ।

Post a Comment

Previous Post Next Post