ଆଶଙ୍କାରେ ଲକ୍ଷ୍ମୀ ବସ୍ ସେବା , ବସରୁ ଶଙ୍ଖ ଓ ମିଶନ ଚିହ୍ନ ଗାଏବ୍

( ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ  ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ଲୋକଙ୍କୁ ପରିବହନ ସୁବିଧା ଦେବା ନିମନ୍ତେ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ । ମାତ୍ର ପାଞ୍ଚ ଟଙ୍କାରେ ଗ୍ରାମାଞ୍ଚଳରୁ ବ୍ଲଳ ସଦର ମହକୁମାକୁ

ଲୋକେ ଯାତାୟତ କରିପାରୁଥିଲେ  । ଓଡ଼ିଶା ରାଜ୍ୟ

ପରିବହନ ନିଗମ ପକ୍ଷରୁ ପରିଚାଳିତ ହେଉଥ‌ିବା ଏହି ବସ୍‌ର ଦୁଇ ପାଖରେ ଲକ୍ଷ୍ମୀ ବସ୍ ଲେଖା ଏବଂ ଦୁଇଟି ନର୍ତ୍ତକୀ ଶଙ୍ଖ ଫୁଙ୍କୁଥୁବା ଷ୍ଟିକର ଲାଗିଥିଲା । ନିର୍ବାଚନ ତାରିଖ ଘୋଷଣା ସହ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ପ୍ରଶାସନ ପକ୍ଷରୁ ଶଙ୍ଖ ଷ୍ଟିକର ଉପରେ ସେଲୋ ଟେପ ଲଗାଯାଇଥିଲା। ଏବେ ହଠାତ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ତିନୋଟି ଲକ୍ଷ୍ମୀ ବସ୍‌ର ଷ୍ଟିକର ଉଭାନ ହୋଇଯାଇଛି  । କୌଣସି ଷ୍ଟିକରର ଚିହ୍ନ ବର୍ଣ୍ଣ ନାହିଁ । ଫଳରେ ଲୋକେ ଏବେ ବସକୁ ଚିହ୍ନି ପାରୁ ନାହାନ୍ତି । ଏହି ଷ୍ଟିକର କିଏ କାଢ଼ିଲା ଏବଂ କାହା ନିର୍ଦେଶରେ କଢ଼ାଗଲା ସେନେଇ କାହା ପାଖରେ ଖବର ନାହିଁ । କୋଣସି ସରକାରୀ ନିର୍ଦ୍ଦେଶ ନଥିବା କଥା ସହ କାହିଁକି ଏଭଳି ପରିବର୍ତ୍ତନ କରାଗଲା ସେନେଇ ତାଙ୍କ ପାଖରେ ଖବର ନାହିଁ ବୋଲି ବସ୍ କର୍ମଚାରୀମାନେ ମଧ୍ୟ କହୁଛନ୍ତି  । ଆଗକୁ ଏହି ବସ ଚାଲିବ କି ନାହିଁ ସେନେଇ ଅଞ୍ଚଳବାସୀ ଦ୍ଵନ୍ଧରେ ରହିଛନ୍ତି । ଚଳିତ ନିର୍ବାଚନରେ ବିଜେଡି ସରକାରର ପତନ ଯୋଗୁଁ ଏହି ଜନମଙ୍ଗଳକାରୀ ବସ୍ ସେବାର ସ୍ଥାୟିତ୍ବ ନେଇ ଆଶଙ୍କା ସୃଷ୍ଟି କରିଛି । ତେବେ ନୂତନ ବିଜେପି ସରକାର ଏହି ବସ୍ ସେବାକୁ ସ୍ଥାୟୀ କରିବାକୁ ଗ୍ରାମାଞ୍ଚଳ ଅଧିବାସୀଙ୍କ ଦାବି ହେଉଛି ।

Post a Comment

Previous Post Next Post