ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/୨୯/୬/ ଗଜପତି ଜିଲ୍ଲାରେ ସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ଜଣେ ସରକାରୀ ଅଧିକାରୀ ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି. ସଡ଼କ ସୁରକ୍ଷା ଜୀବନ ରକ୍ଷା। ବାଇକ୍ ଚଳାଇବା ବେଳେ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ। ସରକାରଙ୍କ ଏହି ମହତ କାର୍ଯ୍ୟକୁ ସାକାର କରିବା ପାଇଁ ନିଆରା ପଦକ୍ଷେପ ନେଇଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ନରେନ୍ଦ୍ର ବେହେରା। ବାଇକ୍ ଚଳାଇବା ସମୟରେ ହେଲ୍ମେଟ୍ ପିନ୍ଧିବାକୁ କଡ଼ା ତାଗିଦ୍ କରିଛନ୍ତି। ହେଲ୍ମେଟ୍ ନାହିଁ ତ ଦରମା ନାହିଁ ବୋଲି ବ୍ଳକ୍ ଶିକ୍ଷାଧିକାରୀ କହିଛନ୍ତି। ଏନେଇ ୨୭ ତାରିଖ ଗୁରୁବାର ଚିଠିସଂଖ୍ୟା ୧୨୦୮/୨୪ରେ ମୋହନା ବ୍ଳକର କାର୍ଯ୍ୟରତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଜଣାଇଛନ୍ତି। ବିଇଓଙ୍କ ସୂଚନା ଅନୁଯାୟୀ, ଯଦି କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ ଏହି ନିର୍ଦ୍ଦେଶକୁ ଅବମାନନା କରି ବିନା ହେଲ୍ମେଟ୍ରେ ବାଇକ୍ ଚଳାଇବା ନଜରରେ ଆସନ୍ତି, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁ ଷ୍ଠାନ ନିଆଯିବ। ଶିକ୍ଷକମାନେ ହେଲ୍ ହଲ୍ମେଟ୍ ପିନ୍ଧୁଛନ୍ତି କି ନାହିଁ ସିଆସିସି, ବିଇଓ ଓ ଏବିଇଓ ନଜର ରଖିରେ ବିନା ହେଲ୍ମେଟ୍ରେ ମଟ୍ରେ ଶିକ୍ଷକ ଶିକ୍ଷକ ଗାଡ଼ି ଚଳାଉଥିଲେ ସେ ଫଟୋ ଉତ୍ତୋଳନ କରାଯିବ ବୋଲି କୁହାଯାଇଛି। ଏଥିରେ ଖୋଲାପ କଲେ ସମ୍ପୃକ୍ତ ଶିକ୍ଷକଙ୍କ ଗୋଟିଏ ମାସର ଦରମା ବନ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଇଓ କହିଛନ୍ତି। ଅନେକ ସମୟରେ ବାଇକ୍ ଦୁର୍ଘଟଣା ଅକାଳରେ ଜୀବନ ଯାଉଛି ହେଲ୍ମେଟ୍ ନ ପିନ୍ଧିବା ଏହାର ଏକ କାରଣ ବୋଲି କୁହାଯାଇପାରେ। ପ୍ରତିଦିନ ଶିକ୍ଷକ ଶିକ୍ଷୟିତ୍ରୀ ବାଇକ୍ରେ ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି। ଏଥିସହ ବିଭିନ୍ନ କାମରେ ମଧ୍ଯ ଦୂରଦୂରାନ୍ତରକୁ ବାଇକ୍ରେ ଯାଉଥିବା ବେଳେ ହେଲ୍ମେଟ୍ ବ୍ୟବହାର କରୁ ନ ଥିବା ଦେଖାଯାଉଛି। ଗତ କିଛିବର୍ଷ ମଧ୍ୟରେ ବାଇକ୍ ଦୁର୍ଘଟଣାରେ ଅନେକ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ନଜିର୍ ରହିଛି। ତେଣୁ ଶିକ୍ଷକମାନେ ସବୁବେଳେ ହେଲ୍ମେଟ ପିନ୍ଧି ବାଇକ୍ ଚଳାଇବାକୁ ବୈଠକରେ ଆଲୋଚନା ହୋଇଥାଏ। ଏହା କାର୍ଯ୍ୟକାରୀ ହୋଇ ନାହିଁ କିମ୍ବା ଏଥିପାଇଁ କୌଣସି ପଦକ୍ଷେପ ମଧ୍ଯ ନିଆଯାଇ ନ ଥିଲା। ତେଣୁ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ପାଇଁ ଏଭଳି ନିର୍ଦ୍ଦେଶ ଦେଇଥୁବା ମୋହନା ବିଇଓ ନରେନ୍ଦ୍ର ବେହେରା କହିଛନ୍ତି। ସୂଚନାଥାଉକି, ଗତ ସାଧାରଣ ନିର୍ବାଚନ ସମୟରେ ଜଣେ ପୋଲିଂ ଅଧୂକାରୀଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ମୃତକ ମୋହନା ବ୍ଳକ୍ ବାଘମାରି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏସା ମାଝୀ। ନିର୍ବାଚନ କାର୍ଯ୍ୟ ସାରି ପାରଳାଖେମୁଣ୍ଡିରୁ ବାଇକ୍ରେ ତାଙ୍କ ଗାଁ ମୋହନା ଥାନା ଡୁନଦୃଙ୍ଗକୁ ଫେରୁଥିଲେ। ଆର୍ ଉଦୟଗିରି ଥାନା ଛେଳିଗଡ଼ ହାଟପଦାରେ ପଛରୁ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେଣୁ ପ୍ରତେକଙ୍କ ଜୀବନ ଅମୁଲ୍ୟ ଅଟେ. ଏଣୁ ପ୍ରତେକ ହେଲମେଟ ପିନ୍ଧିବା ନିହାତି ଆବଶ୍ୟକ ।