ବିଶ୍ବ ପରିବେଶ ଦିବସ" ଅବସରରେ ଲାୟନ୍ସ କ୍ଲବ ଓ ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗ ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ଯକ୍ରମ



( ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର :  ମୋ ନିୟୁଜ ଓଡିଶା "ବିଶ୍ବ ପରିବେଶ ଦିବସ" ଅବସରରେ ଲାୟନ୍ସ କ୍ଲବ, ବ୍ରହ୍ମପୁର  ଏବଂ କ୍ଷୁଦ୍ର ଜଳସେଚନ ବିଭାଗ, ବ୍ରହ୍ମପୁରଙ୍କ ମିଳିତ ଆନୁକୁଲ୍ୟରେ କ୍ଷୁଦ୍ର ଜଳସେଚନ ବିଭାଗ କଲୋନୀ ଠାରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । 

କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.  ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଇଂ. ସୁନୀତା ଜେନା (ସହକାରୀ ନିର୍ବାହୀ ଯନ୍ତ୍ରୀ, ଚିକିଟୀ), ଇଂ. ସୁରେନ୍ଦ୍ର ଗୌଡ (ସହକାରୀ ନିର୍ବାହୀ ଯନ୍ତ୍ରୀ, ବ୍ରହ୍ମପୁର), ଇଂ. ସୁରିତ ଦାଶ (ସହକାରୀ ନିର୍ବାହୀ ଯନ୍ତ୍ରୀ, ଦିଗପହଣ୍ଡି) ଓ ଅନ୍ଯାନ୍ଯ କର୍ମଚାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହି ବୃକ୍ଷରୋପଣ କରିଥିଲେ ।

ଲାୟନ୍ସ କ୍ଲବ ବ୍ରହ୍ମପୁର ତରଫରୁ ଲାୟନ ପ୍ରଦୀପ ଚନ୍ଦ୍ର ମଣ୍ଡଳ, ଲାୟନ ପି. ଧର୍ମାରାଓ, ଲାୟନ କୁମୁଦିନୀ ଚୌଧୁରୀ, ଲାୟନ ଅରୁଣ କୁମାର ପଣ୍ଡା, ଲାୟନ ରାହାସ ରଞ୍ଜନ ନାୟକ, ଲାୟନ ସୁଜୟ କୁମାର ଦାଶ, ଲାୟନ ବିଜୟ ଚନ୍ଦ୍ର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ । 


ବୃକ୍ଷରୋପଣ କାର୍ଯ୍ଯକ୍ରମ ପରେ କ୍ଷୁଦ୍ର ଜଳସେଚନ ବିଭାଗର ସମ୍ମିଳନୀ କକ୍ଷରେ ପରିବେଶ ସୁରକ୍ଷା ବିଷୟରେ ଆଲୋଚନା ସଭା ଆୟୋଜନ କରାଯାଇଥିଲା । ଏହି ଆଲୋଚନାରେ  ଅଧିକ୍ଷଣ ଯନ୍ତ୍ରୀ ଇଂ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ସଭାପତିତ୍ବ କରିଥିଲେ ଏବଂ ପରିବେଶର ସୁରକ୍ଷା ବିଷୟରେ ନିଜର ବକ୍ତବ୍ଯ ରଖିଥିଲେ । କ୍ଷୁଦ୍ର ଜଳସେଚନ ବିଭାଗର ଅନ୍ଯ ବରିଷ୍ଠ ଅଫିସରମାନେ ବି ନିଜ ନିଜର ବକ୍ତବ୍ଯ ରଖିଥିଲେ । ଲାୟନ ପି. ଧର୍ମାରାଓ ଓ ଆଇନଜୀବୀ ଲାୟନ  (ଇଂ) ବିଜୟ ଚନ୍ଦ୍ର ମିଶ୍ର ପରିବେଶର ନିଜ ନିଜର ବକ୍ତବ୍ଯ ରଖିଥିଲେ ଏବଂ ପରିବେଶର ସୁରକ୍ଷା ଉପରେ ଗୁରୁତ୍ବ ଆରୋପ  କରିଥିଲେ 

। ଆଇନଜୀବୀ ଲାୟନ (ଇଂ) ବିଜୟ ଚନ ଜୀବ ଜଗତର ଅସ୍ଥିତ୍ବ ରହିପାରିବ ବୋଲି କହିଥିଲେ ଏବଂ ତାହା ସହିତ  ଜଳ, ବାୟୁ, ଅଗ୍ନି, ଆକାଶ ଓ ପୃଥିବୀ ଭଳି ପଞ୍ଚ ମହାଭୂତର ଯତ୍ନ କରିବା ଓ ତାକୁ ପ୍ରଦୁଷଣ ମୁକ୍ତ କରିବା କରିବା ଅପରିହାର୍ଯ୍ଯ ବୋଲି ନିଜର ବକ୍ତବ୍ଯରେ କହିଥିଲେ । ପରିବେଶର ସୁରକ୍ଷା ସହ ପରିବେଶକୁ ପ୍ରଦୁଷଣ ମୁକ୍ତ କରିବା ନିରାପଦ ଓ ନିରାମୟ ଜୀବନ ଯାପନ କରିବାରେ ଅତ୍ଯନ୍ତ ସହାୟକ ବୋଲି ଲାୟନ (ଇଂ) ବିଜୟ ଚନ୍ଦ୍ର ମିଶ୍ର ନିଜର ବକ୍ତବ୍ଯରେ ଉଲ୍ଲେଖ କରିଥିଲେ ।

Post a Comment

Previous Post Next Post