ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଶ୍ରବଣ ଯନ୍ତ୍ର ବିତରଣ

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଖଜୁରୀପଦା ପଞ୍ଚାୟତ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ବିଭାଗ ଦ୍ବାରା ଶ୍ରବଣ ବାଧ୍ ଯନ୍ତ୍ର ବିତରଣ ନଙ୍କର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଭୀମ ଭୋଇ ସାମର୍ଥ୍ୟ ଶିଷ୍ୟ”ରେ ପଞ୍ଜୀକୃତ ହୋଇଥିବା ୧୫ ଜଣ ବଧୂର ଯୋଗ ଦେଇଥିଲେ । ବ୍ରହ୍ମପୁର ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ବାହକ ଶ୍ରବଣ ପରାମର୍ଶଦାତା ପ୍ରଶାନ୍ତ କୁମାର ନାହକ, ରୁବିନା କୁମାରୀ କୁମାରୀ ଶତପଥୀ କାନର ପରୀକ୍ଷା ନିରୀକ୍ଷା କରି ଥିଲେ । ସେମାନ ଶୁଣିବାର ସାମର୍ଥ୍ୟ ଅନୁଯାଇ ବିଡିଓ ଲୋକନାଥ ଶବରଙ୍କ ଉପସ୍ଥିତିରେ ବଧୂରଙ୍କୁ ଶ୍ରବଣ ବାଧ୍ ଯନ୍ତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ରାଓ ଗଣ୍ଠି ଓ ସାମାଜିକ ସୁରକ୍ଷା କାର୍ଯ୍ୟ ସହାୟକ ଜାକ୍ସନ ଲିମ୍ନା ପରିଚାଳନାରେ ସହଯୋଗ କରିଥିଲେ।

Post a Comment

Previous Post Next Post