ପ୍ରକାଶିତ ନିଟ ପରୀକ୍ଷା ଫଳରେ ଆର୍ଯ୍ୟଭଟ୍ଟ ବ୍ରହ୍ମପୁର ଛାତ୍ର ଛାତ୍ରୀ ମାନେ ଉତ୍ତମ ଫଳ ପ୍ରଦର୍ଶନ

(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦଙ୍କ ରିପୋର୍ଟ,

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗତ ଚାରି ତାରିଖ ମଙ୍ଗଳବାର ଦିନ ପ୍ରକାଶିତ ନିଟ ପରୀକ୍ଷା ଫଳରେ ସବୁବର୍ଷ ଭଳି ଆର୍ଯ୍ୟଭଟ୍ଟ ବ୍ରହ୍ମପୁର ଛାତ୍ର ଛାତ୍ରୀ ମାନେ ଉତ୍ତମ ଫଳ ପ୍ରଦର୍ଶନ କରିଛନ୍ତି। ନିଟ ପାଇଁ ଅନୁଷ୍ଠାନ ରେ ପ୍ରସ୍ତୁତି କରିଥିବା ୧୨୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪ ଜଣ ୬୨୦ ରୁ ଉର୍ଦ୍ଧ୍ଵ ମାର୍କ ରଖିଛନ୍ତି। ଏତଦ୍‌ ବ୍ୟତୀତ ଅନ୍ୟ ପାଞ୍ଚଜଣ ସଂରକ୍ଷିତ ବର୍ଗରୁ ମଧ୍ୟ ସରକାରୀ ମେଡିକାଲ୍‌ କଲେଜରେ  ନାମ ଲେଖାଇବା ଯୋଗ୍ୟତା ହାସଲ କରିଛନ୍ତି। ଆର୍ଥିକ ଦୂର୍ବଳ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀ ମାନଙ୍କୁ ବିନା ଦେୟରେ ଶିକ୍ଷା ଦିଆଯାଉଥିଲା ସେଥିରୁ ତିନି ଜଣ ଛାତ୍ରଛାତ୍ରୀ ମଧ୍ୟ କୃତ କାର୍ଯ୍ୟ ହୋଇପାରିଛନ୍ତି । ଅଧିକାଂଶ କୃତି ବିଦ୍ୟାର୍ଥୀ ଗ୍ରାମାଞ୍ଚଳର ଅନ୍ତର୍ଭୁକ୍ତ ଅଟନ୍ତି। ସୌମ୍ୟ ସ୍ଵରାଜ ସାହୁ ସର୍ବାଧିକ ୬୯୦ ରଖି କୃତକାର୍ଯ୍ୟ ହୋଇଛନ୍ତି ।

Post a Comment

Previous Post Next Post